ବନ ବିଭାଗର ଅଚାନକ ଚଢ଼ାଉ: ହରିଣ ମାଂସ ଏବଂ ଚମଡ଼ା ଜବତ

Published By : Prameya-News7 Bureau | April 23, 2020 IST

ଉଦଳା୨୩/୪: ସାରା ଦେଶରେ ଲକ୍‌ଡାଉନ୍‌। ଏହି ସମୟରେ ଶିମିିଳିପାଳରେ ଚାଲିଛି ଶିକାରୀଙ୍କ ରାଜୁତି। ଯାହାକି ପୋଲିସ୍ ଏବଂ ବନ ବିଭାଗ ମିଳିତ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛନ୍ତି । କପ୍ତିପଦା ଅନ୍ତର୍ଗତ କୁଲଡିହି ଗ୍ରାମରେ ପେଟ୍ରୋଲିଂ କରିବା ବେଳେ ହରିଣ ମାଂସ ଏବଂ ଚମଡା ବିକ୍ରୀ ପାଇଁ ଡିଲ ଚାଲିଥିବେ ଅଚାନକ ଚଢ଼ଉ ହୋଇଥିଲା। ନୁଦଡିହା ପୋଲିସ୍ ଏବଂ କପ୍ତିପଦା ବନବିଭାଗ ମିଳିତ ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨ କେଜି ୨୦୦ ଗ୍ରାମ ହରିଣ ମାଂସ, ତିନିଗୋଟି ହରିଣ ଚମଡା, ଦୁଇ ଗୋଟି ହରିଣ ଗୋଡ, ଗୋଟିଏ ମୋଟର ସାଇକେଲ ଏବଂ ଦୁଇ ଗୋଟି ଛୁରୀ ଜବତ କରିଛି ପୋଲିସ୍ । ଗିରଫ ୪ ଜଣ ହଲେ ରାଣୀପୋଖରୀ ଗ୍ରାମର ବାବୁଲି ପୂର୍ତି, ମଙ୍ଗୁଳୁ ପୂର୍ତି, ଆଲିଆ କାଲୁଣ୍ଡିଆ ଏବଂ ପୋଡାଡିହା ଅଂଚଳର ଦିପୁ ସିଂ । ଏହି ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.