ଯୁକ୍ତ ୩ ଛାତ୍ରଙ୍କ ନିଆରା ଦେଶ ପ୍ରେମ, ଦିଆସିଲି କାଠିରେ ନିର୍ମାଣ କଲେ ଟ୍ୟାଙ୍କ୍, ଯବାନଙ୍କୁ ଏମିତି ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | January 15, 2021 IST

ପୁରୀ ୧୫।୦୧: ଆଜି ଜାତୀୟ ଆର୍ମି ଦିବସ। ଦେଶର ସୁରକ୍ଷା ନିମନ୍ତେ ସର୍ବଦା ପ୍ରହରୀ ଭାବେ ମୁତୟନ ଆମ ଦେଶର ବୀର ଯବାନ୍। ଦେଶର ସୁରକ୍ଷା ପାଇଁ ନିଜ ପ୍ରାଣକୁ ମଧ୍ୟ ଯବାନ୍ ମାନେ ବଳିଦାନ ଦେଉଛନ୍ତି। ସେମାନଙ୍କ ପାଇଁ ଆମେ ସୁରକ୍ଷିତ ଅଛେ। ତେବେ ଆଜିର ଏହି ଆର୍ମି ଦିବସ ଉପଲକ୍ଷେ ପୁରୀ କୁମ୍ଭାରପଡ଼ାର ଯୁକ୍ତ ୩ ର ଛାତ୍ର ଶାସ୍ୱତରଞ୍ଜନ ସାହୁ ଦିଆସିଲି କାଠିରେ ଏକ ଟ୍ୟାଙ୍କ ନିର୍ମାଣ କରି ଦେଶର ଜବାନ ମାନଙ୍କୁ ନିଆରା ଶୁଭେଛା ବାର୍ତ୍ତା ଦେଇଛନ୍ତି।

ଆର୍ମୀ ଦିବସ ଉପଲକ୍ଷେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁକ୍ତ ୩ ର ଛାତ୍ର ଶାଶ୍ୱତ ରଞ୍ଜନ ସାହୁ ୨ ହଜାର ୨୫୬ଟି ଦିଆସିଲି କାଠିରେ ଏକ ଟ୍ୟାଙ୍କ ନିର୍ମାଣ କରି ନିଆରା ଶୁଭେଛା ବାର୍ତ୍ତା ପଠାଇଛନ୍ତି। ସେ କହିଛନ୍ତି ଦେଶର ସୁରକ୍ଷା ନିମନ୍ତେ ସର୍ବଦା ପ୍ରହରୀ ଭାବେ ମୁତୟନ ଦେଶର ଜବାନ। ତେଣୁ ଭାରତୀୟ ସେନାକୁ ଶୁଭେଛା ଜଣାଇ ଓ ସେମାନଙ୍କ ବଳିଦାନକୁ ମନେ ପକାଇ ସେ ଏହି ନିଆରା କଳାକୃତି କରିଥିବା କହିଛନ୍ତି।

wp:html /wp:html

ଏହି ଟ୍ୟାଙ୍କର ନିର୍ମାଣ କରିବାକୁ ଶାଶ୍ୱତଙ୍କୁ ୬ ଦିନ ସମୟ ଲାଗିଥିଲା। ଏହାର ଲମ୍ୱ ୯ ଇଞ୍ଚ ଓ ପ୍ରସ୍ଥ ୮ ଇଞ୍ଚ ରହିଛି। ତେବେ ଅନେକ ସମୟରେ ଆମେ ନିଆରା କଳାକୃତି ଦେଖିଛେ କିନ୍ତୁ ବୀର ଜବାନଙ୍କ ପ୍ରତି ଶାଶ୍ୱତଙ୍କ ଏହି କଳାକୃତି ବେଶ ଚର୍ଚ୍ଚା ସାଉଁଟିଛି। ପୂର୍ବରୁ ନାଗାର୍ଜୁନ ବେଶ, ଗାଭାସ୍କର ଟ୍ରଫି ଭଳି ଅନେକ କଳାକୃତି ଦିଆସିଲ କାଠିରେ ଶାଶ୍ୱତ ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡ଼ର ମଧ୍ୟ ଅଧିକାରୀ ହୋଇଛନ୍ତି।

ସେହିପରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଦିଆସିଲ କାଠିରେ ନିର୍ମାଣ କରିଥିବା ନାଗର୍ଜୁନ ବେଶ କଳାକୃତିଟିକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେଷର ଗଣେଷୀ ଲାଲଙ୍କ ପୁରୀ ଗସ୍ତ ସମୟରେ ଶାଶ୍ୱତ ତାଙ୍କୁ ପ୍ରଦାନ କରିଥିଲେ। ଆଉ ମହାମହିମ ରାଜ୍ୟପାଳ ଏହି କଳାକୃତିଟିକୁ ଦେଖି ଶାଶ୍ୱତ ଏବଂ ତାଙ୍କ ବାପାଙ୍କୁ ଖୁବ୍ ପ୍ରଶାଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.