Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଫୋନରେ କଥା ହେଉ ହେଉ ୮୦ ଫୁଟ ଉଚ୍ଚର ପାଣି ଟାଙ୍କିରୁ ଡେଇଁ ପଡ଼ିଲେ ଛାତ୍ରୀ, ଘଟଣାସ୍ଥଳରେ ମୃତ୍ୟୁ

24/09/2019 at 7:44 PM

ଶିବପୁରୀ୨୪|୯: ସେପ୍ଟେମ୍ବର ୨୪ ତାରିଖ ଦ୍ବିପହର ଦିନ ୧୨ଟା ବେଳେ ଜଣେ ଛାତ୍ରୀ ୮୦ ଫୁଟ୍‌ ଉଚ୍ଚର ପାଣି ଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୮୦ ଫୁଟର ପାଣି ଟାଙ୍କି ଉପରକୁ ଛାତ୍ରୀ ଚଢ଼ିବା ଖବର ଜାଣିବା ପରେ ୧୨/୧୩ ଜଣ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ବ୍ୟତୀତ ସ୍ଥାନୀୟ ଲୋକ ମଧ୍ୟ ଛାତ୍ରୀଙ୍କୁ ବୁଝାଇବା ଲାଗି ଚେଷ୍ଟା କରିଥିଲେ। ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଏତେ ବୁଝାଇବା ସତ୍ବେ  ଛାତ୍ରୀ ଜଣକ କାହା କଥା ମାନି ନଥିଲେ। ହଠାତ୍‌ ୮୦ ଫୁଟ ଉଚ୍ଚର ଟାଙ୍କିରୁ ସେ ଡେଇଁ ପଡିଥିଲେ। ଏହାସହ ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା।  ଛାତ୍ରୀ ଜଣକ କାହିଁକି ଏପରି କଲେ ଏପର୍ଯ୍ୟନ୍ତ କୌଣସି ସୂଚନା ମଳି ନାହିଁ। ପୋଷ୍ଟମର୍ଟମ କରିବା ଲାଗି ଛାତ୍ରୀଙ୍କ ଶବକୁ ପୋଲିସ ହସ୍ପିଟାଲକୁ ପଠାଇ ଦେଇଛି।

ସୂଚନାଯୋଗ୍ୟ ଯେ, ସହରର ଫିଜିକାଲ ଥାନା ଅଞ୍ଚଳରେ କେପି ସିଂହଙ୍କ ଘର ପାଖରେ ନିର୍ମାଣ ହୋଇଥିବା ୮୦ ଫୁଟର ପାଣି ଟାଙ୍କି ଉପରକୁ ଜଣେ ଛାତ୍ରୀ ଚଢ଼ୁଥିବା ନଜର ଆସିଥିଲେ। ପାଣି ଟାଙ୍କି ଉପରକୁ ଚଢ଼ିବା ବେଳେ ଛାତ୍ରୀ ଜଣକ ଫୋନରେ କଥା ହେଉଥିବାର ସ୍ଥାନୀୟ ଲୋକ ଦେଖିଛନ୍ତି। ଏହି ଘଟଣା ସାମ୍ନା ଆସିବା ପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖରବ ଦେଇଥିଲେ। ସ୍ଥାନୀୟ ଲୋକ ଓ ପୋଲିସ ମିଶି ଛାତ୍ରୀଙ୍କୁ ବୁଝାଇବା ଲାଗି ଚେଷ୍ଟା କରିଥିଲେ। ହେଲେ ସେ କାହା କଥା ନଶୁଣି ଟାଙ୍କି ଉପରୁ ଡେଇଁ ପଡିଥିଲେ।

ସେଣ୍ଟର ବେନିଡିକ୍ଟ ସ୍କୁଲରେ ଛାତ୍ରୀ ଜଣକ ପାଠ ପଢ଼ୁଥିଲେ ବୋଲି ସୂଚନା ମିଳିଛି। ସେ ପ୍ରିୟଦର୍ଶିନୀ ନଗରରେ ରହୁଥିଲେ। ଫିଜିକାଲ ଥାନା ଅଧିକାରୀ ଦୀପ୍ତି ତୋମରଙ୍କ କହିବା ମୁତାବକ, ପୋଲିସ କିଛି ପଦକ୍ଷେପ ନେବା ପୂର୍ବରୁ ଛାତ୍ରୀ ଟାଙ୍କି ଉପରୁ ତଳକୁ ଡେଇଁ ପଡିଥିଲେ। ଟାଙ୍କିରେ ଉପରେ ଚଢି ଛାତ୍ରୀ କାହା ସହ କଥା ହେଉଥିଲେ ଏବଂ କାହିଁକି ଏପରି କଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫିଜିକାଲ ପୋଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

   Related Posts