କ୍ରିକେଟ କ୍ରିଜ୍‌ରେ ଗଲା ଜୀବନ, ରନ୍ ନେଉଥିବା ବେଳେ ଟଳି ପଡ଼ିଲେ +୨ ଛାତ୍ର

Published By : Prameya-News7 Bureau | February 10, 2020 IST

ଡ଼େରାବିଶି୧୦/୦୨: କ୍ରିକେଟ ଖେଳ ହେଲା କାଳ। କ୍ରିକେଟ ପଡ଼ିଯାଇ ଜଣେ ଖେଳାଳୀଙ୍କର ମୃତ୍ୟୁ ହୋଇଛି।  ମୃତକ ଜଣକ କେନ୍ଦ୍ରପଡ଼ା ଜିଲ୍ଳା ଡ଼େରାବିଶି କଲେଜର ଯୁକ୍ତ ୨ ପଢ଼ୁଥିଲେ। କଲେଜସ୍ତରୀୟ ଏକ ମ୍ୟାଚ ଖେଳିବାକୁ ସେ କେନ୍ଦ୍ରପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆକୁ ଆସିଥିବା ବେଳେ ସେଠାରେ ଏହି ଅଘଟଣ ଘଟିଛି।

ମୃତକ ଛାତ୍ରଙ୍କ ନାମ ସତ୍ୟଜିତ ପ୍ରଧାନ। ଡ଼େରାବିଶି କଲେଜର ଯୁକ୍ତ ୨ ଛାତ୍ର ସତ୍ୟଜିତ ଏକ ମ୍ୟାଚ ବେଳେ କ୍ରିଜ​‌ରେ ଦୌଡ଼ୁଥିବା ସମୟରେ ପ୍ରାଣ ହରାଇଛନ୍ତି। ସତ୍ୟଜିତ୍ କ୍ରିକେଟ ମ୍ୟାଚ୍‌ ଖେଳିବା ପାଇଁ ନିଜ କଲେଜ ଟିମ ସହିତ କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡ଼ିଆକୁ ଆସିଥିଲେ l

ତେବେ ବ୍ୟାଟିଂ କରି ରନ୍ ନେବାକୁ ଦୌଡୁଥିବା ବେଳେ ହଠାତ୍ ସେ  ନିଜ ଛାତି କୁ ଜାବୁଡି ଧରି ତଳେ ପଡିଯାଇଥିଲେ l ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା l କିନ୍ତୁ ସେଠାରେ ତାଙ୍କୁ ଡାକ୍ତର୍ ମୃତ ଘୋଷଣl କରିଥିଲେ l ତେବେ ସତ୍ୟଜିତଙ୍କ ମୃତ୍ୟୁର  କାରଣ ଜଣା ପଡି ନାହିଁ l ଏହି ଘଟଣା ଡ଼େରାବିଶି ଓ କେନ୍ଦ୍ରପଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.