କାର ଭିତରେ କାର୍ବନ୍ ମୋନୋଅକ୍ସାଇଡ୍ ସିଲିଣ୍ଡର ଲଗାଇ ଆାତ୍ମହତ୍ୟା କଲେ ଯୁବକ : ଗାଡି କାଚରେ ଲେଖିଥିଲେ ଏମିତି କିଛି…

Published By : Prameya-News7 Bureau | January 02, 2021 IST

ସୁରତ ୦୨/୦୧ : ଗୁଜରାଟର ସୁରତରେ ଜଣେ ଯୁବକ କାର ଭିତରେ କାର୍ବନ ମୋନୋଅକ୍ସାଇଡ୍‌ ସିଲିଣ୍ଡର ଲଗାଇ ଆାତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଉକ୍ତ ଯୁବକଜଣକ କାରର ଆଗ କାଚରେ ଏକ ପେପର ଲଗାଇଥିଲେ । ସେଥିରେ ଲେଖାଥିଲା ଯେ, ‘କାର ଭିତରେ କାର୍ବନ ମୋନୋକ୍ସାଇଡ୍ ବିଷ ଅଛି, କାରର ଡୋର ଖୋଲନ୍ତୁ ନାହିଁ, ପୋଲିସକୁ ଫୋନ କରନ୍ତୁ’ ।

ସୂଚନା ଅନୁସାରେ ସୁରତର ଉଲଥାନ ଅଞ୍ଚଳର ଏକ ରାସ୍ତା କଡରେ ଗୋଟିଏ କାର ଠିଆ ହୋଇଥିବା ଦେଖିଥିଲେ । ଏହା ପରେ କାରର ଏକ ପେପରରେ ଏପରି ଲେଖା ଦେଖି ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରର ଭିତର ପଟୁ ବନ୍ଦ ଥିଲା ।

{"id":386108,"sizeSlug":"large","linkDestination":"none"}

ଏହା ପରେ ପୋଲିସ କାରର କାଚ ପଟେ ଦେଖିବାକୁ ପାଇଥିଲା ଯେ, ଭିତରେ ଦୁଇଟି ସିଲିଣ୍ଡର  ରଖାଯାଇଛି ଏବଂ ଜଣେ ବ୍ୟକ୍ତି ଅକ୍ସିଜେନ୍‌ ମାସ୍କ୍ ପିନ୍ଧି ସିଟ୍‌ରେ ପଡି ରହିଛି । ପୋଲିସ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଡକାଇଥିଲା । ତେବେ କାରର ଡୋର ଖୋଲିବା ପରେ ପୋଲିସ ଭିତରୁ ଏକ ସୁଇସାଇଡ୍‌ ନୋଟ ଜବତ କରିଥିଲା । ସେଥିରେ ଲେଖାଥିଲା ଯେ, ‘ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି’ ।

ତେବେ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତକ ଯୁବକଜଣକ ସନ୍ଦୀପ ବଜରଙ୍ଗ ଡାଲମିୟା ଏବଂ ସେ ସେୟାର ଟ୍ରେଣ୍ଡିଂ କାମ କରୁଥିଲେ । ପରିବାର ଲୋକଙ୍କ କହିବା କଥା ଯେ, ସନ୍ଦୀପ ଗତ ୩ ଦିନ ଧରି ନିଖୋଜ ଥିଲେ । ସେମାନେ ଥାନାରେ ନିଖୋଜ ନେଇ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ଆତ୍ମହତ୍ୟା ବାବଦରେ ପରିବାର ଲୋକେ ମଧ୍ୟ କହିଛନ୍ତି ଯେ, ତାଙ୍କୁ ଏ ବାବଦରେ ସଠିକ ସୂଚନା ନାହିଁ । ଏହି ଘଟଣାର ତଦନ୍ତ ହେଉଛି ଏବଂ ଖୁବ ଶୀଘ୍ର ପୁରା ମାମଲାର ଖୁଲାସା ହେବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.