ରବିବାର ଘୋଷଣା ହେବ ବିଗ୍‌ ବସ୍‌ ୧୪ର ବିଜେତାଙ୍କ ନାମ, ଆପଣଙ୍କ ପ୍ରିୟ ପ୍ରତିଯୋଗୀଙ୍କୁ କେମିତି କରିବେ ଭୋଟିଂ ଜାଣନ୍ତୁ…

Published By : Prameya-News7 Bureau | February 20, 2021 IST

ମୁମ୍ୱାଇ, ୨୦/୦୨: ବିଗ୍‌ ବସ୍‌ ୧୪ର ଗ୍ରାଣ୍ଡ ଫାଇନାଲ୍‌ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । ଫେବୃଆରୀ ୨୧ରେ ସଲ୍‌ମାନ୍‌ ଖାନ୍‌ ଚଳିତ ସିଜିନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ । ଯଦି ଆପଣ ନିଜର ଫେଭ୍‌ରାଇଟ୍‌ ପ୍ରତିଯୋଗୀଙ୍କୁ ଭୋଟ୍‌ କରି ନାହାନ୍ତି ତେବେ ବର୍ତ୍ତମାନ କରିପାରିବେ । ଭୋଟିଙ୍ଗ୍‌ ଲାଇନ୍‌ ବର୍ତ୍ତମାନ ଖୋଲା ରହିଛି ।

ଭୋଟ୍‌ କିପରି କରିବେ-

Voot.com:

 ୧: ଆପଣଙ୍କର ବ୍ରାଉଜର୍ ଖୋଲନ୍ତୁ ଏବଂ www.voot.com ଟାଇପ୍‌ କରନ୍ତୁ ।

୨: ଆପଣଙ୍କର ଲଗଇନ୍ id ଏବଂ ପାସୱାର୍ଡ ଏଣ୍ଟର୍‌ କରି ଲଗଇନ୍ କରନ୍ତୁ

୩: ଲଗଇନ୍ ସଫଳ ହେଲା ପରେ ଆପଣ ମେନୁରୁ ବିଗ୍ ବସ୍ ଜୋନ୍ ଚୟନ କରିପାରିବେ ଏବଂ ମଜା ଜୋନ୍ ରେ ଭୋଟ୍ କ୍ଲିକ୍ କରନ୍ତୁ ।

୪: ନୂଆ ପେଜ୍‌ରେ ପାଞ୍ଚ ଜଣ ଫାଇନାଲିଷ୍ଟଙ୍କ ତାଲିକା ଆପଣଙ୍କ ସ୍କ୍ରିନରେ ଦେଖାଯିବ । ସେଠାରେ ତୁମର ପ୍ରିୟ ବିଗ୍ ବସ୍ ୧୪ ପ୍ରତିଯୋଗୀଙ୍କୁ ଜିତିବା ପାଇଁ ଆପଣ ଭୋଟ୍ ଦେଇପାରିବେ ।

wp:heading {"level":3}

Voot app:

/wp:heading wp:heading {"level":5}
୧: ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋର୍‌ରୁ ଭୁତ୍‌ ଆପ୍ ଡାଉନଲୋଡ୍ କରନ୍ତୁ ।
/wp:heading

୨: ଭୁତ୍‌ ଆପ୍ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଆପଣଙ୍କର ଇମେଲ୍ id ଏଣ୍ଚର୍‌ କରି ଲଗଇନ୍ କରିବାକୁ ପଡିବ କିମ୍ବା ଅନ୍ୟଥା ଆପଣ ଫେସବୁକ୍, ଜିମେଲ୍ ଲଗଇନ୍ କିମ୍ବା ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଲଗ୍ ଇନ୍ କରିପାରିବେ ।

୩: ଲଗଇନ୍ ସଫଳ ହେବା ପରେ, ବିଗ୍ ବସ୍ ଜୋନ୍ ଭିତରେ ଏଣ୍ଟ୍ରି କରନ୍ତୁ । ଆପଣଙ୍କର ପ୍ରିୟ ପ୍ରତିଯୋଗୀ ବିଗ୍ ବସ୍ ୧୪ ଜିତିବା ଲାଗି ଭୋଟ୍ ଦେବା ପାଇଁ ଫୁ ଜୋନ୍‌ରେ ଭୋଟ୍ ଦିଅନ୍ତୁ ।

MY JIO APP

ମୋ ଜିଓ ମୋବାଇଲ୍ ଆପରେ ଜିଓ ଗ୍ରାହକମାନେ ସେମାନଙ୍କର ପ୍ରିୟ ବିଗ୍ ବସ୍ ୧୪ ପ୍ରତିଯୋଗୀଙ୍କୁ ମଧ୍ୟ ଭୋଟ୍ କରିପାରିବେ । ସେଥିପାଇଁ ନିମ୍ନୋକ୍ତ ପ୍ରଣାଳୀ ଅନୁସରଣ କରନ୍ତୁ…

୧: ଆପଣଙ୍କର ମୋବାଇଲ୍‌ରେ ଥିବା ମୋ ଜିଓ ଆପ୍ ଖୋଲନ୍ତୁ ।

୨: ଯଦି ଆପଣ ପୂର୍ବରୁ ଲଗ୍ ଇନ୍ ହୋଇନାହାଁନ୍ତି ତେବେ ଆପଣଙ୍କର ଜିଓ ଫୋନ୍ ନମ୍ବର ଏଣ୍ଟର୍‌ କରି ଲଗଇନ୍ କରନ୍ତୁ ।

୩: ମେନୁରୁ Jio Engage କୁ ଯାଆନ୍ତୁ ।

୪: ବର୍ତ୍ତମାନ ଭୋଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ପ୍ରିୟ ବିଗ୍ ବସ୍ ୧୪ ଫାଇନାଲିଷ୍ଟଙ୍କୁ ଭୋଟ୍ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.