Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ୟୁପି ହାଥରସ୍ ଘଟଣା ପ୍ରତିବାଦରେ ଅକ୍ଟୋବର ୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ

18/10/2020 at 6:40 PM

ନୂଆଦିଲ୍ଲୀ ୧୮।୧୦: ଉତ୍ତର ପ୍ରଦେଶର ହାଥରସ୍‌ ଘଟଣା ପ୍ରତିବାଦରେ କଂଗ୍ରେସ ଅକ୍ଟୋବର ୨୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। କଂଗ୍ରେସ ଅକ୍ଟୋବର ୩୧ରେ ଜିଲ୍ଲା ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି।

ହାଥରସ୍‌ କାଣ୍ଡରେ ସିବିଆଇ ଦଳ ଦ୍ଵାରା କ୍ରମାଗତ ଜେରା ସହିତ ଛାନବିନ ଚାଲିଛି। ଶନିବାର ସିବିଆଇ ଟିମ୍ ପୁଣି ଥରେ ପୀଡିତାଙ୍କ ଗାଁ ପହଞ୍ଚିଛନ୍ତି। ସେଠାରେ ସିବିଆଇ କିଛି ସମୟ ଘଟଣାସ୍ଥଳର ନୀରିକ୍ଷଣ କରିବା ପରେ ପୀଡିତାଙ୍କ ପରିବାର ଲୋକଙ୍କୁ ସାଢେ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚୁରା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହାଥରସ୍ କେସ୍‌ରେ ପୀଡିତାଙ୍କ ପରିଜନକୁ ଦେଖା କରିବାକୁ ଯିବା ବେଳେ ଉତ୍ତର ପ୍ରଦେଶ ପୋଲିସ ରାହୁଲ ଗାନ୍ଧୀ ଓ ଅନ୍ୟ ନେତାଙ୍କୁ ଅଟକ ରଖିଥିଲା। ଏହା ପ୍ରତିବାଦରେ କଂଗ୍ରେସ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଥିଲେ, ୟୁପି ପୋଲିସର ବର୍ବରତା ବିରୋଧରେ କଂଗ୍ରେସ କର୍ମକର୍ତ୍ତ ସମଗ୍ର ଦେଶରେ ପ୍ରଦର୍ଶନ କରିବେ।

ହାଥରସ୍‌ କେସ୍‌  ବିରୋଧରେ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ଥିଲା। ଘଟଣାକୁ ନେଇ ଦେଶର କୋଣ ଅନୁକୋଣରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ଦିଲ୍ଲୀର ଜନ୍ତର ମନ୍ତରରେ ହଜାର ସଂଖ୍ୟକ ଲୋକ ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିଥିଲେ। ଏହି ସମୟରେ କେବଳ କଂଗ୍ରେସ ନୁହେଁ ଅନେକ ବିରୋଧୀ ଦଳ ଯୋଗୀ ସରକାରଙ୍କୁ ସମାଲୋଚନା କରିଥିଲେ।

   Related Posts