ଏପ୍ରିଲ ୨୯ ତାରିଖରେ ଧକ୍କା ହେବ ଆଷ୍ଟ୍ରଏଡ଼, ଧ୍ୱଂସ ହେବ ପୃଥିବୀ ! ଜାଣନ୍ତୁ କ'ଣ ଏହାର ସତ୍ୟତା ?

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ ୭।୪ :ପୁଣିଥରେ ପୃଥିବୀ ଧ୍ୱଂସ ହେବାର ଖବର ସାମ୍ନାକୁ ଆସିଛି | ଏହିଭଳି ଦାବି ଆପଣ ପୂର୍ବରୁ ମଧ୍ୟ ଶହ ଶହ ଥର ଶୁଣିଥିବେ | ସୋସିଆଲ ମିଡ଼ିଆରେ ହେଉଥିବା ଦାବି ଅନୁଯାୟୀ, ଏପ୍ରିଲ ୨୯ ତାରିଖରେ ଏକ ବିଶାଳ ଲଘୁ ଗ୍ରହ ଆଷ୍ଟ୍ରଏଡ଼ ପୃଥିବୀ ସହ ଧକ୍କା ହେବ | ଯଦି ଏଭଳି ହୁଏ ତାହେଲେ ନିଶ୍ଚିତ ରୂପେ ଏହା ମହା ବିନାଶ | ତେବେ ଆସନ୍ତୁ ଜାଣିବା ସୋସିଆଲ ମିଡ଼ିଆରେ ଦାବି ହେଉଥିବା ଏହି ତଥ୍ୟ କେତେ ସତ ଓ ବୈଜ୍ଞାନିକ ଏବଂ ନାସା ଏନେଇ କ'ଣ କହୁଛନ୍ତି |

ବର୍ତ୍ତମାନ ପୁରା ବିଶ୍ୱ କରୋନା ସଙ୍କଟ ସହ ଲଢେଇ କରୁଛି | ଏଭଳି ପରିସ୍ଥିତିରେ ସୋସିଆଲ ମିଡ଼ିଆରେ ପୃଥିବୀର ବିନାଶକୁ ନେଇ ଦାବି ମାନସିକ ଚିନ୍ତାର କାରଣ ହୋଇଛି | ଏକ ବିଶାଳ ଲଘୁ ଗ୍ରହ ପୃଥିବୀକୁ ଧକ୍କା ଦେବା ବିପଦକୁ ନେଇ ଲୋକେ ଚିନ୍ତିତ | ଖବର ଅନୁଯାୟୀ ଏପ୍ରିଲ ୨୯ ତାରିଖରେ ଏହା ପୃଥିବୀ ନିକଟତର ହେବ |

{"id":250226,"width":761,"height":475,"sizeSlug":"large"}

ୟୁଟ୍ୟୁବରେ ବର୍ତ୍ତମାନ ଏହିଭଳି ଅନେକ ଭିଡିଓ ସେୟାର ହେଉଛି | ଭିଡିଓ ଅନୁଯାୟୀ ଏପ୍ରିଲ ୨୯ ତାରିଖରେ ଏଷ୍ଟ୍ରଏଡ଼ ପୃଥିବୀକୁ ଧକ୍କା ଦେବ ଏବଂ ଏହା ପୃଥିବୀର ବିନାଶ କରିପାରେ | ଭିଡିଓରେ ଆହୁରି ଦାବି କରାଯାଇଛି ଯେ ଏହି ଆଷ୍ଟ୍ରଏଡ଼ ହିମାଳୟର ମାଉଣ୍ଟ ଏଭେରେଷ୍ଟ ଶୃଙ୍ଗର ଆକାର ସହ ସମାନ | ଏହା ଅତି ଦ୍ରୁତ ବେଗରେ ପୃଥିବୀ ଆଡକୁ ମୁହାଁଇଛି |

ଯଦି ଏପ୍ରିଲ ୨୯ ତାରିଖ କଥା ଦେଖାଯାଏ ତାହେଲେ ଏହା ସମ୍ପୂର୍ଣ ସତ ଯେ, ଏହିଦିନ ଏଷ୍ଟ୍ରଏଡ଼ ସୌରମଣ୍ଡଳ ଦେଇ ଗତି କରିବ | ଏଷ୍ଟ୍ରଏଡ଼ ୱାଚ ଟ୍ୱିଟର ପେଜରେ ଏ ସମ୍ବନ୍ଧୀୟ ଅଧିକ ସୂଚନା ଦିଆଯାଇଛି | ଏହା ପୃଥିବୀର ବହୁତ ନିକଟରୁ ଗତି କରିବ କିନ୍ତୁ ଏହା ପୃଥିବୀକୁ ଧକ୍କା ଦେବନାହିଁ | ଖଗୋଳିୟ ଭାଷାରେ ଅତି ନିକଟତର ଅର୍ଥାତ ବହୁତ ଦୂର | ବୈଜ୍ଞାନିକଙ୍କ କହିବାନୁଯାୟୀ, ଯେତେବେଳେ ଏହା ପୃଥିବୀ ନିକଟରୁ ଗତି କରିବ ଏହା ପୃଥିବୀରୁ ପାଖାପାଖି ୪୦ ଲକ୍ଷ କିମି ଦୂରରୁ ଗତି କରିବ | ପୃଥିବୀ ନିକଟରୁ ଗତି କରିବା ସମୟରେ ଏହି ଏଷ୍ଟ୍ରଏଡ଼ର ଗତି ଘଣ୍ଟା ପ୍ରତି ୨୦ ହଜାର ମାଇଲ ରହିବ |

ଆମେରିକାର ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସୀ ନାସାକୁ ଏହି ଆଷ୍ଟ୍ରଏଡ଼ ସମ୍ପର୍କରେ ୧୯୯୮ ମସିହାରେ ଜଣାପଡିଥିଲା | ବୈଜ୍ଞାନିକମାନେ ଏହାର ନାଁ ଦେଇଥିଲେ ୫୨୭୬୮ ୧୯୯୮ ଓଆର-୨ | ସେବେଠାରୁ ଏହାର ଗତିବିଧି ଉପରେ ବୈଜ୍ଞାନିକ ଲଗାତାର ନଜର ରଖି ଆସୁଛନ୍ତି |

ଏହି ଲଘୁ ଗ୍ରହ ୧୩୪୪ ଦିନରେ ଥରେ ସୂର୍ଯ୍ୟଙ୍କ ପରିକ୍ରମା କରିଥାଏ | କିନ୍ତୁ ଏହା ସତ୍ୟ ଯେ ଏହା ଅତ୍ୟନ୍ତ ଭୟଙ୍କର | ଯଦି ଏହା ସତରେ ପୃଥିବୀ ସହ ଧକ୍କା ହୁଏ ତାହେଲେ ମହା ବିପଦ ସୃଷ୍ଟି ହୋଇପାରେ | କିନ୍ତୁ ଏମିତି କିଛି ହେବନାହିଁ ବୋଲି କହିଛନ୍ତି ବୈଜ୍ଞାନିକ |

ଏଇ ବାହାନାରେ ଜାଣିରଖନ୍ତୁ ଯେ, ଏହିଭଳି ଅନେକ ଲଘୁ ଗ୍ରହ ଆମ ସୌରମଣ୍ଡଳ ଦେଇ ଗତି କରିଥାନ୍ତି | ବେଙ୍ଗାଲୁରୁର ଭାରତୀୟ ତାରା ଭୌତିକ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଆର.ସି. କପୁର କହିଛନ୍ତି ଯେ, ଏପ୍ରିଲ ୨୯ ତାରିଖରେ ପୃଥିବୀ ନିକଟତର ହେବାକୁ ଥିବା ଲଘୁ ଗ୍ରହ ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ |

ଏହି ଗ୍ରହ ପୃଥିବୀ ସହ ଧକ୍କା ହେବାକୁ ଥିବା ଦାବିକୁ ବୈଜ୍ଞାନିକମାନେ ଅସ୍ବୀକାର କରିଛନ୍ତି | ସେଥିପାଇଁ ବର୍ତ୍ତମାନ ଏହାକୁ ନେଇ ଭୟଭୀତ ହେବା କିଛି ଆବଶ୍ୟକ ନାହିଁ | କିନ୍ତୁ ଆଜିଠାରୁ ଠିକ ୫୯ ବର୍ଷ ପରେ ଅର୍ଥାତ ୨୦୭୯ ମସିହାରେ ଏହି ଲଘୁ ଗ୍ରହ ପୃଥିବୀର ଆହୁରି ନିକଟତର ହେବାର ସମ୍ଭାବନା ରହିଛି | ବୈଜ୍ଞାନିକ ଏହାର ଗଣନା କରିଛନ୍ତି |

ବୈଜ୍ଞାନିକଙ୍କ ଅନୁଯାୟୀ, ୨୦୭୯ ମସିହା ଏପ୍ରିଲ ୧୬ ତାରିଖରେ ଏହି ଗ୍ରହ ପୃଥିବୀ ନିକଟରୁ ଗତି କରିବ | ସେତେବେଳେ ପୃଥିବୀଠାରୁ ଏହାର ଦୂରତା ଥିବ ମାତ୍ର ୧୮ କିମି ଦୂର | ଏହା ଅତି ନିକଟରୁ ଗତି କଲେ ସୁଦ୍ଧା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ବହୁତ କମ | ତେବେ ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଥିବା ଏହି ସମସ୍ତ ଖବର କେବଳ ଗୁଜବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.