ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ

Published By : Prameya-News7 Bureau | May 12, 2020 IST

ଭଦ୍ରକ୧୨/୫: ଭଦ୍ରକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର ଟ୍ରେନ । ଏମାନେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ପଞ୍ଜିକରଣ ଓ ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ରାଜ୍ୟ ର ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିଥିଲା ସ୍ୱତନ୍ତ୍ର ଟ୍ରେନ ।୪୦୦ ପ୍ରବାସୀ ଓଡ଼ିଆ ଷ୍ଟେସନରେ ଓହ୍ଲାଇଥିବା ସୂଚନା ।

ଏମାନେ ଓହ୍ଲାଇବା ପରେ ସେମାନଙ୍କ ସ୍କ୍ରିନିଂ କରାଯିବା ସହ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ। ନିଜ ନିଜ ପଞ୍ଚାୟତ ଓ ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (Tmc) ରେ ଏମାନଙ୍କୁ ରଖାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଷ୍ଟେସନରେ ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ଟ୍ରେନରେ ଭଦ୍ରକ ଜ଼ିଲ୍ଲା ସମେତ କେନ୍ଦ୍ରାପଡା ଓ ଆଉ କିଛି ଜ଼ିଲ୍ଲା ର ଲୋକମାନେ ଆସିଥିବାର ସୂଚନା ଅଛି । ସେହିପରି ଆସନ୍ତାକାଲି ସକାଳେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭଦ୍ରକ ଷ୍ଟେସନ ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.