Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଦୁବାଇରୁ ସିଧା ଓଡିଶା, ପ୍ରଥମ ପର୍ଯ୍ୟାୟରେ ୧୭୯ ଓଡିଆଙ୍କୁ ନେଇ ଗୁରୁବାର ପହଞ୍ଚିବ ସ୍ବତନ୍ତ୍ର ବିମାନ

13/05/2020 at 1:10 PM

ଭୁବନେଶ୍ବର ୧୩।୫: ଲକ୍ ଡାଉନ୍ କଟକଣା ମଧ୍ୟରେ ଆସନ୍ତାକାଲି ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିବ ସ୍ବତନ୍ତ୍ର ବିମାନ । ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ଲାଗି ଆରମ୍ଭ ହୋଇଛି ବନ୍ଦେ ଭାରତ ମିଶନ ।

ଯାତ୍ରୀଙ୍କ ଆଗମନ ପାଇଁ ଭୁବନେଶ୍ବର ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରୀ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ ଏବଂ ଚେକିଂ କରାଯିବ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ବିମାନବନ୍ଦର କର୍ତ୍ତୃପକ୍ଷ, CISF, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ।

ପ୍ରଥମଥର ପାଇଁ କୌଣସି ବିମାନ ସିଧାସଳଖ ଦୁବାଇରୁ ଓଡ଼ିଆ ଆସୁଛି । ଓଡ଼ିଶା ଫେରିବା ପାଇଁ ୩ ଶହରୁ ଅଧିକ ଓଡ଼ିଆ ପଞ୍ଜୀକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୭୯ ଜଣ ଓଡ଼ିଆ ଭୁବନେଶ୍ବର ଫେରିବେ । ଗର୍ଭବତୀ, ମହିଳା, ବୃଦ୍ଧ ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକତା ଦିଆଯାଇଛି । 

   Related Posts