ଆହତ ପେଚାକୁ ଉଦ୍ଧାର କରି ସୁସ୍ଥ କରାଇଲେ, ବନ ବିଭାଗକୁ ହସ୍ତାନ୍ତର କଲେ
13/04/2020 at 6:14 PM

ବ୍ରହ୍ମପୁର୧୩/୪: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ୍। ଏଭଳି ସଂକଟଜନକ ପରିସ୍ଥିତିରେ ଖାଦ୍ୟ ନପାଇ ପଡିଥିବା ପେଚାକୁ ଉଦ୍ଧାର କରି ସୁସ୍ଥ କରାଇଛନ୍ତି। ସ୍ଥାନୀୟ ଜଣେ ସମାଜସେବୀ। ଲକ୍ଡାଉନ୍ ଯୋଗୁଁ ଖାଦ୍ୟ ନପାଇ ପେଚାଟି ଗଛ ଡାଳରୁ ଖସି ପଡ଼ିଥିଲା। ଯାହାଫଳରେ ପେଚାଟିର ଡେଣାରେ ଗଭୀର ଆଘାତ ଲାଗିଥିଲା। ସେଠାକାର ଗୋସେବା ସଂଗଠନର ଉପସଭାପତି ଲଲାଟେନ୍ଦୁ ଚୌଧୁରୀ ପେଚାଟି ଉଦ୍ଧାରି ସୁସ୍ଥ କରାଇଥିଲେ। ଗୁରୁତର ପେଚାଟିକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲା। ଏହାପରେ ପେଚାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପେଚାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରିଥିବାରୁ ଲଲାଟେନ୍ଦୁ ଚୌଧୁରୀଙ୍କ ସମସ୍ତେ ପ୍ରଶଂସା କରିଥିଲେ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021