Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏଥର ବିଜେଡିରୁ ଟିକେଟ ପାଇବେ ନାହିଁ ଏହି ବିଧାୟକ ଓ ବରିଷ୍ଠ ନେତା !

25/02/2019 at 4:48 PM

ଭୁବନେଶ୍ବର୨୫|୨: ନିର୍ବାଚନ ଆଉ ଅଳ୍ପଦିନ ଥିବାବେଳେ ବିଭିନ୍ନ ରାଜନୈତିକ ଦଳରୁ କିଏ କୋଉଠି ଟିକଟ ପାଇବ ତାକୁ ନେଇ  ଅଂକକଷା ଜୋର ଧରିଛି । ଏହି ସମୟରେ ଛୋଟ ମୋଟ, ସତ ମିଛ ଯାହା ତଥ୍ୟ ମିଳୁଛି ତାକୁ ନେଇ ଚର୍ଚ୍ଚା ଚାଲୁଛି । ବିଶେଷ କରି ବିଜେଡି ଟିକଟକୁ ନେଇ ଅଧିକ ଉତ୍ସୁକତା ପରିଲକ୍ଷିତ ହେଉଛି । ବିଜେଡିର ଏବେ ବିଧାୟକ ଥିବା ୬୦ ଜଣଙ୍କ ଟିକଟ କଟିବାର ସମ୍ଭାବନା ରହିଛି ବୋଲି ଦୀର୍ଘ ଦିନ ହେଲା ଚର୍ଚ୍ଚା ମଧ୍ୟ ଚାଲିଛି । ଏଭଳି ସମୟରେ ଗତ ଦୁଇଦିନ ହେଲା ସୋସିଆଲ ମିଡିଆରେ ଗୋଟେ ଅଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁଇଜଣଙ୍କ ମଧ୍ୟରେ ହେଉଥିବା କଥୋପକଥନର ଏହି ଅଡିଓରେ ବିଜେଡିର କାହା କାହାର ଟିକେଟ କଟିବ ତାକୁ ନେଇ ଆଲୋଚନା ହେଉଛି । ଅଡିଓରେ କିଏ କାହା ସହ କଥା ହେଉଛି ତାହା ଜଣାପଡି ନାହିଁ । ଏପରିକି ଏହି ତଥ୍ୟ କେତେ ଠିକ ତାହା ମଧ୍ୟ ଜଣା ନାହିଁ ।

କଥପୋକଥନରୁ ମିଳିଥିବା ତଥ୍ୟ ହେଲା ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଟିକେଟ ପାଇବେ ନାହିଁ । ସେହିଭଳି କଟକ ଜିଲ୍ଲାରୁ ପ୍ରଭାତ ତ୍ରିପାଠା, ପ୍ରଭାତ ବିଶ୍ବାଳ ଏବଂ ପ୍ରମୋଦ ମଲ୍ଲିକ ଏଥର ଆଉ ଟିକେଟ ପାଇବେ ନାହିଁ । କେନ୍ଦ୍ରାପଡା ଜିଲ୍ଲାରୁ କିଶୋର ତରାଇ ଓ ବେଦ ପ୍ରକାଶ ଅଗ୍ରୱାଲ ମଧ୍ୟ ଟିକେଟ ପାଇବେ ନାହିଁ । ଫିଲ୍ମଷ୍ଟାର ଆକାଶ ଦାସନାୟକ ଜଯାଜପୁର ଜିଲ୍ଲାରୁ ଟିକେଟ ପାଇବେ ନାହିଁ ।

ସେହିଭଳି ଭଦ୍ରକରୁ ମୁକ୍ତିକାନ୍ତ ମଣ୍ଡଳ, ଯୁଗଳ କିଶୋର ପଟ୍ଟନାୟକଙ୍କୁ ବିଜେଡି ଟିକେଟ ଦେବ ନାହିଁ । ବାଲେଶ୍ବର ଜିଲ୍ଲାରୁ ଟିକଟ କଟିବା ତାଲିକାରେ ଅଛନ୍ତି ଜୀବନ ପ୍ରଦୀପ ଦାଶ, ଅଶ୍ବିନୀ ପାତ୍ର, ପର୍ଶୁରାମ ଧଡା, ସୁକାନ୍ତ କୁମା୍ର ନାଏକ ।  ମୟୂରଭଂଜ ଜିଲ୍ଲାରେ ସୁଦାମ ମାରାଣ୍ଡି, ପ୍ରବୀଣ ଭଞ୍ଜଦେଓ ଏବଂ ଗୋଲକ ବିହାରୀ ନାଏକଙ୍କ ଟିକଟ କଟିବ । କେନ୍ଦୁଝର ଜିଲ୍ଲାରେ ଅଭିରାମ ନାଏକ, ବେଦବ୍ୟାସ ନାଏକ, ହୃଷୀକେଶ ନାଏକଙ୍କ ଟିକେଟ କଟିବ ବୋଲି ଅଡିଓରେ ରହିଛି । ସୁନ୍ଦରଗଡ ଜିଲ୍ଲାରେ ବରିଷ୍ଠ ନେତା ମଂଗଳା କିଷାନ ଓ ସୁବ୍ରତ ତରାଇଙ୍କ ଟିକଟ କଟିଛି ।

ବଲାଙ୍ଗିର ଜିଲ୍ଲାରେ ମହମ୍ମଦ ଆୟୁବ ଖାନ, ଯୋଗେନ୍ଦ୍ର ବେହେରା ଓ ଟୁକୁନା ସାହୁ ଟିକେଟ ପାଇବେ ନାହିଁ । କଳାହାଣ୍ଡି ଜିଲ୍ଲାରେ ଦିବ୍ୟଶଂକର ମିଶ୍ର, ବଳଭଦ୍ର ମାଝିୀ ଏବଂ ଅନାମ ନାଏକଙ୍କୁ ବିଧାନସଭା ଟିକଟ ମିଳିବ ନାହିଁ । ଅନୁଗୁଳ ଜିଲ୍ଲାରେ ଏଥର ଟିକେଟ ପାଇବେ ନାହିଁ ବ୍ରଜ କିଶୋର ପ୍ରଧାନ, ରଜନୀକାନ୍ତ ସିଂ, ସଂଜୀବ ସାହୁ ଏବଂ ସୁଶାନ୍ତ ବେହେରା । ପୁରୀ ଜିଲ୍ଲାରୁ ଟିକଟ କଟିବ କେବଳ ସୁରେନ୍ଦ୍ର ସେଠୀଙ୍କର ।

ଖୋର୍ଦ୍ଧା ଜିଲ୍ଲାରୁ ଟିକେଟ କଟିବ ଭାଗିରଥୀ ବଡଜେନା, ପ୍ରଶାନ୍ତ ଜଗଦେବ, ପ୍ରିୟଦର୍ଶୀ ମିଶ୍ର ଏବଂ ବିଜୟ ମହାନ୍ତିଙ୍କର । ନୟାଗଡ ଜିଲ୍ଲାରେ ଅରୁଣ ସାହୁଙ୍କ ଟିକଟ ସୁରକ୍ଷିତ ଥିବାବେଳେ ଅନୁଭବ ପଟ୍ଟନାୟକ, ରବି ନାରାୟଣ ମହାପାତ୍ର, ଓ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଟିକଟ କଟିବ । ଗଂଜାମ ଜିଲ୍ଲାରୁ ଅନେକଙ୍କ ଟିକଟ କଟିବ । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଦେବରାଜ ମହାନ୍ତି, ଭି. ସୁଜ୍ଞନୀ କୁମାରୀ ଦେଓ, ନନ୍ଦିନୀ ଦେବୀ ଓ ସୁକାନ୍ତ ସାହୁ ।

ସେହିଭଳି ରାୟଗଡାରୁ ରାଜୀବବ ପାତ୍ର, ତ୍ରିନାଥ ଗମାଙ୍ଗ, ମାଲକାନଗିରି ଜିଲ୍ଲାରୁ ମାନସ ମାଡକାମୀ, ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀ ଏବଂ ସୁବାସ ଗଣ୍ଡଙ୍କ ଟିକେଟ କଟିବ ବୋଲି ଅଡିଓରେ ରହିଛି ।

ଅଡିଓରେ ସେହି ନେତାଙ୍କ ନାଁ ନିଆଯାଇଛି ଯାହାକୁ ନେଇ କେବେ କେବେ ରାଜନୈତିକ ସମୀକରଣ ଦୃଷ୍ଟିକୋଣରୁ ଟିକଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହୋଇଛି ବା ସଂପୃକ୍ତ ନେତାମାନେ ବିଭିନ୍ନ କାରଣରୁ ବିବାଦୀୟ ଓବଦନାମ ହୋଇଛନ୍ତି । ଏଥି ସହ ପରଫରମାନ୍ସ ଖରାପ ଥିବା କିଛି ନେତାଙ୍କ ନାଁ ମଧ୍ୟ ଏଥିରେ ରହିଛି ।

   Related Posts