ସ୍କୁଲରୁ ଏଡମିସନ ନେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁଷ୍କର୍ମ , ୩ଗିରଫ

Published By : Prameya-News7 Bureau | May 20, 2019 IST

wp:heading {"level":5}
ପାଟଣା୨୦|୫: ଜଣେ ନାବାଳିକା ଛାତ୍ରୀଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସ୍କୁଲରୁ ଏଡମିସନ ନେଇ ଫେରୁଥିବା ବେଳେ ଦୁଷ୍କର୍ମ ହୋଇଛି। ଦୁଷ୍କର୍ମ ବେଳେ ଛାତ୍ରୀ ଚିତ୍କାର କରିଥିଲେ । କିନ୍ତୁ ଆଖପାଖ କେହି ନଥିଲେ। ଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହୋଇଥିବାରୁ ଛାତ୍ରୀଙ୍କ ମା ବାପା ଖୋଜିଖୋଜି ଘଟଣା ସ୍ଥଳରେ ପହଞ୍ଚିଥିଲେ।
/wp:heading wp:heading {"level":5}
ଘଟଣା ଘଟିଛି ବିହାରର ଏକ ଗାଁରେ। ଦୁଷ୍କର୍ମ ପରେ ପୀଡିତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୋଲିସ ପିଡୀତାଙ୍କ ଡାକ୍ତରୀ ମାଇନା କରାଇଛି।    
/wp:heading wp:heading {"level":5}
ଏଥିସହ ଏହି ଘଟଣାରେ ଓ ୩ଜଣଙ୍କୁ ଗିରଫ କରିଛି।  ଚତୁର୍ଥ ଅଭିଯୁକ୍ତ ଫେରାର ଅଛି । ଏସପି ନବିନଚନ୍ଦ୍ର ଝା କହିଛନ୍ତି ଯେ, ମାମଲା ରୁଜୁ ହେଲା ପରେ ୩ଜଣ ଅଭିଯୁକ୍ତକୁ ପୋଲିସ ହେପାଜାତକୁ ନେଇଛି ଓ ଖୁବ୍‌ ଶୀଘ୍ର ଆଉ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିବେ।
/wp:heading

.

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.