Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜବୁଡାକରେ ବିକାଶ ଦୁବେର ମୁହଁ ବନ୍ଦ କରିଦେଲା ପୋଲିସ୍, ଚୁପ୍‌ଚାପ୍‌ ବସିଲା ଜିପ୍‌ରେ

9/07/2020 at 7:20 PM

ଉଜ୍ଜୈନ ୯।୭: କାନପୁର ପୋଲିସ ଗଣହତ୍ୟା ମାମଲାରେ ଫେରାର ବିକାଶ ଦୁବେ ଗୁରୁବାର ମଧ୍ୟପ୍ରଦେଶ ଉଜ୍ଜୈନରୁ ଗିରଫ ହୋଇଛି। ଅତ୍ୟନ୍ତ ନାଟକୀୟ ଢଙ୍ଗରେ ମଧ୍ୟପ୍ରଦେଶ ପୋଲିସ ମହାକାଳେଶ୍ୱର ମନ୍ଦିର ଆଗରୁ ତାକୁ ଗିରଫ କରିଥିଲା। ତେବେ ଗିରଫଦାରୀ ବେଳେ ପୋଲିସ ଉପରେ ଚାପ ସୃଷ୍ଟି ଲାଗି ବିକାଶ ଜୋରଜୋରରେ ‘ମେଁ ବିକାଶ ଦୁବେ କାନପୁର ୱାଲା’ ବୋଲି ଚିତ୍କାର କରୁଥିଲା। ଏଥିରେ ଜନୈକ ପୋଲିସ କନଷ୍ଟେବଲ ତାକୁ ପଛପଟୁ କଷିକି ଜାବୁଡେ ମାରିବା ସହ ‘ଚୁପ୍‌ ଆୱାଜ୍ ନାଇଁ’ କହିଥିଲେ। ଏତିକିରେ ମୋଷ୍ଟ ୱାଣ୍ଟେଡ୍ ଗୁଣ୍ଡାର ମୁହଁ ପୁରା ବନ୍ଦ ହୋଇଯାଇଥିଲା।

ଉଜ୍ଜୈନରେ ବିକାଶ ଦୁବେ ପୋଲିସ୍‌ ଠାରୁ ମାଡଖାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଧ୍ୟପ୍ରଦେଶରେ ପୋଲିସ ତାକୁ ସୁସ୍ୱାଗତମ କରିବ ବୋଲି ଭାବିଥିଲା ଦୁବେ। ହେଲେ ପୋଲିସ ତାକୁ ଯେଉଁଠି କାବୁ କଲା ସେହିଠାରେ ହିଁ ତାର ଆରତୀ ଉତାରି ଦେବ ତାହା ସେ କଳ୍ପନା ବି କରିନଥିଲା। ତେବେ ମଧ୍ୟ ପ୍ରଦେଶରେ ବିକାଶ ଦୁବେର ଗିରଫଦାରୀକୁ ଏବେ ରାଜନୈତିକ ଷଡଯନ୍ତ୍ର ବୋଲି ବିଚାର କରାଯାଉଛି। ଏଥିଲାଗି ଏବେ ବିରୋଧୀ ଦଳମାନେ ସିବିଆଇ ତଦନ୍ତ ଦାବି ମଧ୍ୟ ଉଠାଇଲେଣି।

ପୂର୍ବାହ୍ନରେ ବିକାଶ ମହାକାଳେଶ୍ୱର ମନ୍ଦିରରୁ ବାହାରକୁ ଆସିବା ମାତ୍ରେ ତାକୁ ଅପେକ୍ଷାକରିଥିବା ପୋଲିସ ମାଡିବସିଥିଲେ। ତା ଗିରଫ ଡ୍ରାମା ଦେଖିବାକୁ ସେତେବେଳକୁ ଅନେକ ଲୋକ ଜମାହୋଇସାରିଥିଲେ। ଲୋକଙ୍କୁ ଦେଖି ଓ ପୋଲିସ ଉପରେ ଚାପ ପକାଇବାକୁ ସେ ମୁଁ କାନପୁରର ସେହି ବିକାଶ ଦୁବେ ବୋଲି ଚିତ୍କାର କରି ଲୋକଙ୍କୁ ଜଣାଇବା ବେଳେ ପୋଲିସ ଭଲକି ଜବୁଡେ ମାରିବାରୁ ଚୁପ୍‌ ଚାପ୍‌ ସୁନାପିଲା ଭଳି ପୋଲିସ ସହ ଯାଇ ଜିପ୍‌କୁ ଉଠିଯାଇଥିଲା।

   Related Posts