Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||
  • ପାଟଣା : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ସିଙ୍ଘୁ ବର୍ଡରରୁ ଗିରଫ ହେଲା ସୁଟର, କୃଷକ ନେତାଙ୍କୁ ହତ୍ୟା କରିବା ପାଇଁ କରିଥିଲା ଯୋଜନା, ଦିଲ୍ଲୀ ପୋଲିସ ଉପରେ ଲଦିଲା ଦୋଷ
  • ||

ଆଜି କାରଗିଲ ବିଜୟ ଦିବସ : ନୀଳଗିରିରେ ସହିଦ ପୁଅର ଫୋଟ ଧରି ଏବେ ବି ଝୁରୁଛନ୍ତି ବାପା ମାଆ…

26/07/2019 at 5:11 PM

ନୀଳଗିରି ୨୬|୭: ଆଜି ସାରା ଦେଶ ପାଳନ କରିଛି କାରଗିଲ ବିଜୟ ଦିବସ । କାରଗିଲ ଯୁଦ୍ଧରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିବସ ସାରା ଦେଶରେ ପାଳନ ହୋଇଛି । ହଲେ ଆଜି ବି ସହିଦ୍ ପୁଅର ଫୋଟକୁ ଧରି ବାପା ମାଆ ଝୁରୁଛନ୍ତି । ଏଭଳି ଏକ ଆବେଗପୂର୍ଣ୍ଣ ଦୃଶ୍ୟ ବାଲେଶ୍ବର ଜିଲ୍ଲା ବରହମପୁର ଅଚଂଳରେ ଦେଖିବାକୁ ମିଳିଛି ।

ବାଲେଶ୍ବର ଜିଲ୍ଲା  ନୀଳଗିରି ଉପଖଣ୍ଡ ବରହମପୁର ଅଚଂଳରେ ଲକ୍ଷ୍ମୀଧର ବେହେରା ଓ ଭାବମଣିଙ୍କ ଔରସରୁ ୧୯୭୩ ମସିହା ଜୁଲାଇ ମାସ ୧୨ତାରିଖରେ ମହେଶ୍ବରଙ୍କ ଜନ୍ମ । ତାଙ୍କର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ । ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ଏହି ପରିବାରର ଦୁର୍ଦ୍ଦଶା ଦେଖି ନପାରି ମହେଶ୍ବର ଚାକିରୀ କରିବାକୁ ମନ ବଳାଇ ଥିଲେ । ସଦାସର୍ବଦା ଦେଶ ମାତୃକା ପାଇଁ ସେବା କଥା କହି ଆସୁଥିବା ବଡ ପୁଅ ମହେଶ୍ବର ଭାରତୀୟ ସେନାବାହିନୀରେ ସାମିଲ ହୋଇଥିଲେ ।

କୁନି କୁନି ଦୁଇ ଭାଇ ଓ ଭଉଣୀଙ୍କୁ ପାଠ ପଢାଇବା ସହ ବାପ ମାଆଙ୍କୁ ବୃଦ୍ଧବସ୍ଥାରେ ସେବା କରିବା ତାଙ୍କ ଆଶା ସତେ ଯେପରି କ୍ଷଣସ୍ଥାୟୀ ଥିଲା । ଚାଷକାମ କରି ବାପା ମାଆ ବଡ ପୁଅକୁ ପାଠ ପଢାଇ ଚାକିରୀ କରାଇଥିଲେ ସତ ହଲେ ସବୁ ସ୍ବପ୍ନ ସତେ ଯେପରି ସ୍ବପ୍ନରେ ରହିଯାଇଥିଲା । ଜାମ୍ମୁ କାଶ୍ମୀର କାରଗିଲ ବର୍ଡର ଦେଇ ପାକିସ୍ତାନରୁ ଶତୃପକ୍ଷ ଦେଶକୁ ଆକ୍ରମଣ କରିଚାଲିଥିବା ବଳେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଥିଲେ । ଏଥିରେ ମହେଶ୍ବରଙ୍କ ଭୁମିକା ଥିଲା ଅତୁଳନୀୟ ।

ସେହି ସମୟରେ ବାପା ମାଆ ଯୁଦ୍ଧ ଖବର ଶୁଣି ମନରେ ଭୟ କରୁଥିଲେ ବି ଦେଶ ପାଇଁ ଲଢେଇ କରୁଥିବା ପୁଅ ଶତୃ ବିପକ୍ଷରେ ଯୁଦ୍ଧ କରୁଥିବା ଶୁଣି ଛାତି ତାଙ୍କର କୁଣ୍ଢେମୋଟ ହୋଇଯାଇଥିଲା । ଏହା ପରେ କିଛି ମାସ ବିତି ଯାଇଥିଲା । ୨୦୦୦ମସିହା ଜୁନ ୪ ତାରିଖ ଦିନ ହଠାତ ଫୋନ ଆସିଥିଲା ପୁଅ ତୁମର ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ବାପା ମାଆଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

କାରଗିଲ ଯୁଦ୍ଧ ସରିଥିଲା ସତ, ହଲେ ଶତୃପକ୍ଷଙ୍କ ଅତର୍କିତ ଆକ୍ରମଣରେ ମହେଶ୍ବର କାରଗିଲ ଘାଟିରେ ସହିଦ ହୋଇଯାଇଥିଲେ । ବାରୁଦ ବ୍ଲାଷ୍ଟିଙ୍ଗରେ ଶରୀର ଖିନଭିନ ହୋଇଯାଇଥିଲା । ଅନ୍ତିମ ସଂସ୍କାର ପାଇଁ ଘରକୁ କେବଳ ଅସ୍ତି ଟିକକ ଆସିଥିଲା । ପୁଅର ମଲା ମୁଁହ ଟିକକ ମଧ୍ୟ ବାପା ମାଆ ଦେଖି ପାରିନଥିଲେ । ଖାଲି ପୁଅର ପୋଷାକ ଭର୍ତିଥିବା ବାକ୍ସଟି ଘରକୁ ଫେରିଥିଲା । ଆଜିବି ଏଥିରେ ତାଲା ଝୁଲି ରହିଛି । ତାଲାଟି ଭାଙ୍ଗି ପୁଅର ପୋଷାକ ଦେଖିବାକୁ ମଧ୍ୟ ବାପା ମାଆଙ୍କର ଧୈର୍ଯ୍ୟ ନାହିଁ । ଆଜିବି ପୁଅର ଫୋଟକୁ ଧରି ବାପା ମାଆ ଝୁରୁଛନ୍ତି । ଆଉ କହୁଛନ୍ତି ମୋ ପୁଅ ମୋ କୋଳକୁ ଫେରି ଆସନ୍ତା କି ?

ସରକାର ଅନୁକଂପା ପ୍ରଦର୍ଶନ କରି ପରିବାରକୁ ସରକାର ଚାକିରୀ ଦେଲେ । ହଲେ ଦୁଇ ଭାଇ ଛୋଟ ଛୋଟ ଥିବାରୁ ମଝିଆ ଭଉଣୀକୁ ଚାକିରୀ ମିଳିଥିଲା । କିନ୍ତୁ ଆଜି ସେ ଶ୍ବଶୁର ଘରକୁ ଚାଲି ଯାଇଛନ୍ତି । ଘରର ରୋଜଗାର କରିବାକୁ କେହି ନାହାଁନ୍ତି । ଦୁଇ ସାନ ଭାଇ ସେଭଳି କୌଣସି ସରକାରୀ ଚାକିରୀ ପାଇ ନଥିବାରୁ ବାପା ମାଆଙ୍କ ଅବସ୍ଥା କହିଲେ ନସରେ । ସାନ ପୁଅଙ୍କୁ ସରକାରୀ ଚାକିରୀ ଖଣ୍ଡେ ମିଳିବାକୁ ଚାହିଁ ରହିଛନ୍ତି ବାପା ମା ।

ସେହିପରି ଶହୀଦ ମହେଶ୍ବରଙ୍କ ନାମରେ ଗୋହିରା ବରହମପୁର ରାସ୍ତା ନାମ କରଣ କରିବାକୁ ଦାବି ଉଠିଥିଲା । କିନ୍ତୁ ତାହା ହେଲା ନାହିଁ। ବରହମପୁର ବଜାରରେ ଦେଶ ମାତୃକା ପାଇଁ ସହିଦ ହୋଇଥିବା ମହେଶ୍ବରଙ୍କ ଏକ ପ୍ରତିମୂର୍ତ୍ତି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଦେଶମାତୃକା ପାଇଁ ବଳିଦାନ ଦେଇଥିବା ଏହି ବୀର ଜବାନଙ୍କ ପାଇଁ ସମସ୍ତଙ୍କ ମନରେ ସମ୍ମାନ ରହିଛି ଏବଂ ପରିବାରକୁ ଥଇଥାନ କରିବା ଜରୁରୀ ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି ।

   Related Posts