୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ସଦର ଥାନାର ଏ.ଏସ୍.ଆଇ

Published By : Prameya-News7 Bureau | September 20, 2018 IST

କେନ୍ଦୁଝର ୨୦/୯:୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦୁଝର ସଦର ଥାନାର ଲାଞ୍ଚୁଆ ଥାନା ବାବୁ ଗୈାତମ ଦାଶ । ଡିସେମ୍ବର ୨୦୧୭ମସିହାର ଏକ ସ୍କର୍ପିଓ ଓ ଏକ ମୋଟର ସାଇକେଲ ଆକ୍ସିଡେଣ୍ଟ କେସରେ ମୋଟର ସାଇକେଲଟିକୁ ଛାଡିବାକୁ ଲାଞ୍ଚୁଆ ଥାନା ବାବୁ ମୋଟର ସାଇକେଲ ମାଲିକ ହୃଦାନନ୍ଦ ମହାନ୍ତିଙ୍କ ଠାରୁ ପ୍ରଥମେ ୪ହଜାର ଟଙ୍କା ମାଗିଥିଲେ । ପରେ ମୁଲଚାଲ ହୋଇ ୨ ହଜାର ଟଙ୍କାରେ କଥା ଛିଡିଥିଲା । ଆଜି ଲାଞ୍ଚୁଆ ଥାନା ବାବୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଜାଲ ବିଛାଇ ତାଙ୍କୁ ରଙ୍ଗେହାତ ଧରିଛି । ଏହା ସହ ତାଙ୍କର ଅଫିସ୍ ଓ ରହୁଥିବା ସ୍ଥାନରେ ଛାପା ମାରିଛି ଓ ତଲାସି ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.