ନେପାଳ ରାଜ ପରିବାର ସଂହାରକୁ ୨୦ ବର୍ଷ : ରକ୍ତର ହୋଲି ଖେଳିଥିଲେ ପ୍ରିନ୍ସ ଦିପେନ୍ଦ୍ର, ବର୍ବରତାରୁ ବର୍ତ୍ତିନଥିଲେ ରାଜା

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୬/ ୦୧ : ବିଶ୍ବର ଅନେକ ଦେଶରେ ଏବେ ମଧ୍ୟ ରାଜା ମହାରାଜା ଏବଂ ରାଜ ପରିବାର ରହିଛନ୍ତି । କିନ୍ତୁ କିଛି ରାଜ ପରିବାରର ନାଟକୀୟ ରାଜକୀୟ ଘଟଣା ବେଶ ଚର୍ଚ୍ଚାରେ ରହି ଆସିଛି । ୨୦୦୧ ମସିହାରେ ନେପାଳ ରାଜପରିବାରରେ ଘଟିଥିବା ଲୋମହର୍ଷଣକାରୀ ଘଟଣା ନେପାଳବାସୀ ତଥା ସାରା ବିଶ୍ବବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ।
୨୦୦୧ ମସିହାରେ ସେହି କାଳରାତ୍ରୀରେ ଘଟିଥିବା ଲୋମଟାଙ୍କୁରା ଘଟଣାକୁ ପୂରିଛି ୨୦ ବର୍ଷ । କେହି କିଛି ବୁଝିବା ପୂର୍ବରୁ ଜଣେ ବ୍ୟକ୍ତି ରାଜପ୍ରାସାଦ ମଧ୍ୟରେ ଆଖିବୁଜା ଗୁଳିଚାଳନା କରିଥିଲେ । ଗୁଳିକାଣ୍ଡରେ ଆଉ କେହି ନୁହେଁ ବରଂ ଖୋଦ ନେପାଳର ରାଜକୁମାର ଦିପେନ୍ଦ୍ର ବୀର ବିକ୍ରମ ଶାହା ସଂପୃକ୍ତ ଥିଲେ । ମାତ୍ର କିଛି ସମୟ ମଧ୍ୟରେ ରାଜ ପରିବାରର ୯ ଜଣଙ୍କୁ ହତ୍ୟା କରିଥିଲା ମଦ୍ୟପ ରାଜକୁମାର ଦିପେନ୍ଦ୍ର ବୀର ବିକ୍ରମ ଶାହା। ନିଜ ପିତା ତଥା ନେପାଳ ରାଜାଙ୍କୁ ମଧ୍ୟ ଛାଡି ନଥିଲା ସେ ।

A Nepalese man with a moustache in a brown and red military uniform


କେବଳ ସେତିକି ନୁହେଁ, ଏହା ପରେ ପ୍ରିନ୍ସ ଦିପେନ୍ଦ୍ର ନିଜେ ନିଜକୁ ଗୁଳି କରି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି କାଳ ରାତ୍ରରେ ନେପାଳ ରାଜ ପରିବାର ଲୋପ ପାଇଯାଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୁଖ୍ୟ ଅଭିଯୁକ୍ତ ପ୍ରିନ୍ସ ଦିପେନ୍ଦ୍ର ମଧ୍ୟ ୨ ଦିନ ପରେ ମୃତ୍ୟୁବରଣ କରିଥିଲେ ।


କଣ ଥିଲା ଘଟଣା ପଛର କାରଣ ?

King Gyanendra in a white shirt, cream vest and traditional Dhaka topi hat


ପ୍ରିନ୍ସ ଦିପେନ୍ଦ୍ରଙ୍କ ପିତା ତଥା ନେପାଳ ରାଜା ବିରେନ୍ଦ୍ର ନିଜ ପୁତ୍ରଙ୍କ ବିବାହ ଠିକ୍‌ କରିଥିଲେ । କିନ୍ତୁ ଏହି ବିବାହ ପାଇଁ ରାଜି ନଥିଲେ ପ୍ରିନ୍ସ ଦିପେନ୍ଦ୍ର । ଯାହାକୁ ନେଇ ପରବର୍ତ୍ତୀ ସମୟରେ ପିତା-ପୁତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ୨୦୦୧ ମସିହା ଜୁନ ୧ ତାରିଖ ରାତିରେ ନେପାଳ ଦେଖିଥିଲା ରାଜ ପରିବାରରେ ରକ୍ତର ହୋଲି ।

A composite image of King Birendra and Queen Aishwarya


ପରେ ନେପାଳର ରାଜ ସିଂହାସନ ସମ୍ଭାଳିଥିଲେ ପ୍ରିନ୍ସ ଦିପେନ୍ଦ୍ରଙ୍କ ମାମୁଁ ଜ୍ଞାନେନ୍ଦ୍ର । ମାତ୍ର ୩ ଦିନ ମଧ୍ୟରେ ନେପାଳ ରାଜ ସିଂହାସନରେ ବସିଥିଲେ ୩ ଜଣ ରାଜା । ଏହି ପୁରା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଘଟଣାକୁ ନେଇ ଦେଶରେ କିଛି ଦିନ ଧରି ଦଙ୍ଗା ମଧ୍ୟ ହୋଇଥିଲା । ଘଟଣାର ୭ ବର୍ଷ ପରେ ନେପାଳରେ ରାଜତନ୍ତ୍ରର ଶେଷ ହୋଇଥିଲା।

A painting of a Nepalese king in a white and gold suit


ଘଟଣାକୁ ୨୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ତାହା ସନ୍ଦେହ ଘେରରେ ରହିଛି । ଅନେକଙ୍କ ପଶ୍ନ ଜଣେ ରାଜକୁମାର ହୋଇ ମଧ୍ୟ କିଭଳି ଏତେ ନୃଶଂସ ହୋଇପାରିଲେ ? କିଭଳି ନିଜ ପରିବାରକୁ ନିପାତ କରିପାରିଲେ ? ଘଟଣା ପଛରେ ଅନ୍ୟ କାହାର ହାତ ଥିଲା କି? କାହିଁକି ଉକ୍ତ ଘଟଣାର ତଦନ୍ତ ପ୍ରକ୍ରିୟା ମାତ୍ର ଗୋଟିଲ ସପ୍ତାହ ଚାଲିଥିଲା ? ଏ ତମାମ ପ୍ରଶ୍ନ ଏବେ ମଧ୍ୟ ନେପାଳବାସୀଙ୍କ ମନରେ ରହିଛି ।

The exterior of Narayanhiti Palace, where the Nepalese royal family resided

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.