ଉନ୍ନାଓ କାଣ୍ଡ: ଅପରାଧୀର ଦଣ୍ଡ ଘୋଷଣା ସହ ପୁରା ପ୍ରକରଣରେ କ'ଣ କହିଲେ କୋର୍ଟ ଜାଣନ୍ତୁ

Published By : Prameya-News7 Bureau | December 20, 2019 IST

ନୂଆଦିଲ୍ଲୀ ୨୦।୧୨ :  ଉତ୍ତରପ୍ରଦେଶ ଉନ୍ନାଓ  ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀର ତିଶହଜାରୀ କୋର୍ଟ ଶୁକ୍ରବାର ବାଙ୍ଗରମାଉ ବିଧ୍ୟାୟକ କୂଲଦୀପ ସିଂ ସେଙ୍ଗାରକୁ ଦଣ୍ଡାଦେଶ କରିଛନ୍ତି। ସେସନଜଜ୍ ଧର୍ମେଶ ଶର୍ମା ଅପରାଧୀର ଦଣ୍ଡ ଘୋଷଣା କରିବା ବେଳେ ପୁରା ପ୍ରକରଣରେ ଅତ୍ୟନ୍ତ କଟୁମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଗଣତନ୍ତ୍ରର ଜଣେ ଦାୟିତ୍ୱବାନ ବ୍ୟକ୍ତି ଏହି ଘୃଣ୍ୟ ଅପରାଧ କରିଛି। ଏକ ନାବାଳିକାକୁ ଅପହରଣ କରି ତାର ଆତ୍ମସମ୍ମାନରେ ଆଞ୍ଚ ଆଣିବା ସହ ଶୁଦ୍ଧତା ଓ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଛି। ଏହା କୌଣସି ଜଘନ୍ୟ ଅପରାଧରୁ କମ୍ ନୁହେଁ। ଏଣୁ ଅପରାଧୀ ପ୍ରତି ଦୟାର ଅର୍ଥ ଏ କ୍ଷେତ୍ରରେ ନ୍ୟାୟର ଦମନ ବୁଝାଯିବ ବୋଲି କହିଛନ୍ତି କୋର୍ଟ।

{"id":200351,"sizeSlug":"large"}

ଉଦାରତା ଲାଗି ପ୍ରତିପକ୍ଷ ଓକିଲଙ୍କ ତର୍କ ଅଗ୍ରାହ୍ୟ
ଦଣ୍ଡ ଶୁଣାଣି ପୂର୍ବରୁ ଉଭୟ ସରକାରୀ ଓ ପ୍ରତିପକ୍ଷ ଓକିଲ ପରସ୍ପରର ତର୍କ କୋର୍ଟରେ ଉପସ୍ଥାପନା କରିଥିଲେ। ତେବେ ପ୍ରତିପକ୍ଷ ଓକିଲ ଅପରାଧୀଙ୍କ ପ୍ରତି ଉଦାରତା ନିମନ୍ତେ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଥିଲେ। ଅପରାଧୀଙ୍କ ଅପରାଧ ଦୟା ଓ ଉଦାରତାର ସମସ୍ତ ମାନବୀୟ ସୀମା ଉଲ୍ଲଂଘନ କରିଥିବା କୋର୍ଟ କହିଥିଲେ। ଏଣୁ ଦଣ୍ଡ ବାଦେ ୨୫ଲକ୍ଷ ଟଙ୍କା ଜରିମାନା ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

{"id":200352,"width":578,"height":330,"sizeSlug":"large"}

ପୀଡିତାଙ୍କ ଲାଗି ଉଦବେଗ ପ୍ରକାଶ କଲେ କୋର୍ଟ
ଦୋଷୀଙ୍କ ଦଣ୍ଡ ଶୁଣାଣି ବେଳେ ପୀଡିତାଙ୍କୁ ନେଇ ଭାବୁକ ହୋଇପଡିଥିଲେ ବିଚାରପତି। ତାଙ୍କ ପ୍ରତି ଅପରାଧୀ କରିଥିବା ଅନ୍ୟାୟ ଅତ୍ୟନ୍ତ ନିର୍ମମ ଓ ନିଷ୍ଠୁର ବୋଲି କୋର୍ଟ କହିବା ସହ କ୍ଷତିପୂରଣ ବାବଦରେ ଯାହାବି ଦେଲେ ପୀଡିତାଙ୍କ କ୍ଷତି କିନ୍ତୁ ଆଉଥରେ ଭରଣା ହୋଇପାରିବନି ବୋଲି କୋର୍ଟ କହିଥିଲେ। ତେବେ ପୀଡିତା ଓ ପୀଡିତ ପରିବାର ଲାଗି କୋର୍ଟଙ୍କ କ୍ଷତିପୂରଣ ରାଶି ଏକ ଆଶ୍ୱାସନା ହୋଇପାରେ ବୋଲି ଜଜ୍ ଆଶାବ୍ୟକ୍ତ କରିଛନ୍ତି।

{"id":200353,"sizeSlug":"large"}

ଅପରାଧ ଅକ୍ଷମଣୀୟ
କୋର୍ଟ ଅପରାଧୀର ଅପରାଧକୁ ଅକ୍ଷମଣୀୟ କହିଛନ୍ତି। ସେ ନିଜେ ଓ ତାଙ୍କ ଗୁଣ୍ଡାଙ୍କ ଦ୍ୱାରା ଅପମାନଜନକ କାର୍ଯ୍ୟ କରିଛନ୍ତି। ସବୁଠୁ ବଡ କଥା ହେଲା ଲୋକସେବକ (ବିଧାୟକ) ଥାଇ ଜଣେ ନିର୍ବାଚିତ ଜନ ପ୍ରତିନିଧିର ଏପରି କୁକୃତ୍ୟ କେବେବି ଗ୍ରହଣୀୟ ନୁହେଁ। ପୀଡିତା ଓ ପରିବାରର ଶ୍ୱରକୁ ଦମନ ଲାଗି ସବୁ ପ୍ରକାର ଉଦ୍ୟମ ବି କରିଥିଲା, ଏଥିଲାଗି ତାର ଗୁଣ୍ଡାଙ୍କୁ ବି ଲଗାଇଥିଲା। ଏଣୁ ଆଇନର ପ୍ରାବଧାନରେ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶ ହିଁ କରାଯାଇପାରୁଥିବା କୋର୍ଟ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.