ସାମ୍ଵାଦିକଙ୍କ ପରେ ୧୦ମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ AIIMS ଡାକ୍ତର

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦।୦୭: ରାଜଧାନୀ ଦିଲ୍ଲୀ ସ୍ଥିତ ଏମ୍ସରେ ଜଣେ ୨୫ ବର୍ଷୀୟ ରେସିଡେଣ୍ଟ ଡାକ୍ତର ଦଶମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରଙ୍କୁ ବଞ୍ଚାଯାଇ ପାରିନଥିଲା। ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଡାକ୍ତର ଡିପ୍ରେସନରର ଶିକାର ଥିଲେ। ସେ ନିଜ ମାଙ୍କ ସହ ରହୁଥିଲେ। ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ସେ ହୋଷ୍ଟେଲ୍‌ର ବିଲ୍ଡିଂରୁ ଡେଇଁ ପଡିଥିଲେ। ପୋଲିସ୍‌ ଅନୁଯାୟୀ ଡାକ୍ତରଙ୍କ ମୋବାଇଲ୍‌ ଛାତରୁ ଜବତ କରାଯାଇଛି। ଉଲ୍ଲେଖନୀୟ ଡିପ୍ରେସନ୍‌ର ଶିକାର ହୋଇ ସୁଶାନ୍ତ ରାଜପୁତ ଆତ୍ମହତ୍ୟା କରିବା ଘଟଣା ପରଠୁ ଦେଶର ଅନେକ ଭାଗରୁ ଏହି ପରି ଆତ୍ମହତ୍ୟା ଖବର ଆସିବାରେ ଲାଗିଛି।

wp:html /wp:html

କିଛି ଦିନ ପୂର୍ବେ ଏମ୍ସର ଟ୍ରାମା ସେଣ୍ଟରରେ ଜଣେ ସାମ୍ବାଦିକ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଅନ୍ୟପକ୍ଷେ ସାମ୍ବାଦିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଟ୍ରାମା ସେଣ୍ଟରର ପ୍ରଥମ ମହଲାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେ ମଧ୍ୟ ମାନସିକ ଚିନ୍ତାରେ ଗତି କରୁଥିଲେ। ଶେଷରେ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.