ମୁମ୍ବାଇରେ ରେଡ୍ ଆଲର୍ଟ ଜାରି, ଆଗାମୀ ୨୪ ଘଣ୍ଟା ଭୀଷଣ ବର୍ଷା, ଜୁଲାଇ ୨୩ ଯାଏଁ ଗାଳିବ

Published By : Prameya-News7 Bureau | July 19, 2021 IST

ମୁମ୍ବାଇ ୧୯।୦୭: ଭୀଷଣ ବର୍ଷାରେ ବେହାଲ ମାୟା ନଗରୀ ମୁମ୍ବାଇ। ରବିବାରଠୁ ମହାରାଷ୍ଟ୍ର ରାଜଧାନୀରେ ମୌସୁମିଜନିତ ବର୍ଷା ଜାରି ରହିଛି। ଏଥିରେ ମୁମ୍ବାଇର ଉପକଣ୍ଠ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଭି ମୁମ୍ବାଇରେ ବନ୍ୟା ପାଣିରେ ଫସି ରହିଥିବା ୧୨୦ ଜଣଙ୍କୁ  ଉଦ୍ଧାରକାରୀ କରିଛନ୍ତି ଉଦ୍ଧାର ଦଳନ୍ତି। ଏହା ମଧ୍ୟରେ ମୁମ୍ବାଇର ମେଟ୍ରୋପୋଲିଟନ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।

wp:html /wp:html

ମୁମ୍ଵାଇ ପାଣିପାଗ ବିଭାଗ ଅନୁଯାୟୀ, ମୁମ୍ବାଇ ପେଟ୍ରୋପୋଲିଟନ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ପରି ଜୁଲାଇ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ମୁମ୍ବାଇରେ ଭୀଷଣ ବର୍ଷା କାରଣରୁ ନଭି ମୁମ୍ବାଇର ଅଞ୍ଚଳ ଜଳମଗ୍ନ ରହିଛି। ସୋମବାର ସକାଳ ୮ଟା ସୁଦ୍ଧା ରାଜଧାନୀରେ ୯୦.୬୫ ମିମିର ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଏହା ପୂର୍ବରୁ ମୁମ୍ବାଇ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଥିଲା। ଏଥିସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.