ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ସହ ନବୀନଙ୍କ ସହିତ ସେଲଫି ନେଲେ ଏ.ଆର.ରେହମାନ

Published By : Prameya-News7 Bureau | November 23, 2018 IST

ଭୁବନେଶ୍ୱର ୨୩/୧୧ : ହକି ବିଶ୍ବକପ ଉଦଘାଟୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ବାରବାଟୀ ଷ୍ଟେଜ ପରିଦର୍ଶନ କରିଛନ୍ତି ସଙ୍ଗୀତଜ୍ଞ ଏ.ଆର. ରେହମାନ । ଏହି ଅବସରରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ହକି ବିଶ୍ବକପର ଉଦଘାଟନୀ ସଙ୍ଗୀତ କେମିତ ପ୍ରସ୍ତୁତ କରିଛନ୍ତି ତାର ଗୁମର ସେ ନବୀନ ନିବାସରେ ଖୋଲିଛନ୍ତି । ଆସନ୍ତା ୨୭ ଓ ୨୮ ଦୁଇଦିନ ହକି ବିଶ୍ବକପ ଉଦଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ ରେହମାନ । …. ନବୀନ ନିବାସରେ ଏ.ଆର. ରେହମାନ। ହକି ବିଶ୍ବକପ ଉଦଘାଟନୀ ଉତ୍ସବରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସାଢ଼େ ଦୁଇଟାରେ ନବୀନ ନିବାସରେ ପହଞ୍ଚିଥିଲେ ଓସ୍କାର ବିଜୟୀ ଏ ଆର ରେହମାନ। ମୁଖ୍ୟମନ୍ତ୍ରୀ ବି ତାଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରିବାକୁ ଅପେକ୍ଷା କରିଥିଲେ। ନବୀନ ନିବସରେ ରେହମାନ ପହଞ୍ଚୁ ପହଞ୍ଚୁ ସିଧା ଭିତରକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ହକି ବିଶ୍ବକପ ଉଦଘାଟନ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ରେହମାନଙ୍କ ପାଇଁ ନବୀନ ନିବାସରେ ସ୍ବତନ୍ତ୍ର ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ ଉତ୍ତମ ବନ୍ଧୁ ଭଳି ଆପାୟିତ କରିଥିବା ରେହମାନ କହିଛନ୍ତି। ସେହିପରି ନବୀନ କହିଛନ୍ତି ଏ ଆର ରେହମାନଙ୍କୁ ମିଲିୟନସ ଫ୍ୟାନ ଉତ୍‌କଣ୍ଠାର ସହ ଅପେକ୍ଷା କରିଛନ୍ତି ।… ଓସ୍କାର ବିଜୟୀ  ସଙ୍ଗୀତ ନିର୍ଦେଶକ ଏ ଆର ରେହମାନ ହକି ବିଶ୍ବକପ ଉଦଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ୪ରୁ ୫ଟି ଗୀତ ପରିବେଷଣ କରିବାକୁ ଥିବା ବେଳେ ୨୮ରେ କଟକରେ ରହିଛି ମ୍ୟୁଜିକ କନସର୍ଟ କାର୍ଯ୍ୟକ୍ରମ । ହକି ବିଶ୍ବକପ ଉଦଘାଟନୀ ଗୀତ ପ୍ରସ୍ତୁତ କରିବାରେ ରେହମାନଙ୍କୁ ଲାଗିଥିଲା ତିନି ମାସ । ସେ ଆମେରିକାରେ ଥିବାବେଳେ ଗୁଲଜାର ଲେଖିଥିଲେ ଗୀତ । ଏହାର ପିକଚରରାଇଜେସନ ଓଡିଶା, ମୁମ୍ବାଇ ଏବଂ ଚେନ୍ନାଇରେ କରାଯାଇଛି ।…  ହକି ଉଦଘାଟନୀ ଉତ୍ସବରେ ରେହମାନଙ୍କ ଶୋ ହେବ ଓଡିଶାରେ  ପ୍ରଥମ ଶୋ । ହେଲେ ତା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ଏବଂ ବାରବାଟୀ ଷ୍ଟେଜ ବୁଲି ଦିଲ୍ଲୀ ଫେରିଯାଇଛନ୍ତି ମ୍ୟୁଜିକ୍ ମାଷ୍ଟ୍ରୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.