ଭୁବନେଶ୍ୱରରେ ପହଁଚିଲେ ଏ.ଆର.ରହମାନ ; ନବୀନଙ୍କ ସହ ନବୀନ ନିବାସରେ କଲେ ଭୋଜନ
23/11/2018 at 4:30 PM

ଭୁବନେଶ୍ୱର ୨୩/୧୧ : ସାରା ରାଜ୍ୟରେ ଦେଖିବାକୁ ମିଳିଛି ହକି ଫିବର | ଆସନ୍ତା ୨୭ ତାରିଖରେ ହକି ୱାର୍ଲଡ କପର ଉଦଘାଟନ ଉତ୍ସବରେ ଯୋଗଦେବେ ବଲିଉଡ ଦୁନିଆର ପ୍ରଖ୍ୟାତ ଗାୟକ ଏ.ଆର.ରହମାନ, ବଲିଉଡର କିଙ୍ଗ ଖାନ ଶାହରୁଖ, ଏବଂ ବଲିଉଡ ତାରକା ମଧୁରୁ ଦୀକ୍ଷିତ | ଉଦ୍ଘାଟନୀ ଉତ୍ସବରେ କଳିଙ୍ଗ ଷ୍ଟାଡିଅମରେ ଏହି ଷ୍ଟାର ଦେଖାଇବେ ନିଜ ନିଜ ଜଲୱା | ପ୍ରଖ୍ୟାତ ଗାୟକ ଏ.ଆର.ରହମାନ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି | ଏ.ଆର.ରହମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଛୋଟି ନିଆଯାଇଥିଲା | ଭୁବନେଶ୍ୱରରେ ପହଂଚିବା କ୍ଷଣି ଏ.ଆର.ରହମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ଏ.ଆର.ରହମାନଙ୍କୁ ଆଜି ମଧ୍ୟାହ୍ନ ଭୋଜନରେ ନିମନ୍ତ୍ରଣ କରିଥିଲେ |ନବୀନ ନିବାସରେ ରେହମାନଙ୍କୁ ସ୍ୱାଗତ ଜଣାଇଥିଲେ ନବୀନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ଉଠେଇଥିଲେ ରେହମାନ |