ଏ ଆର୍ ରେହମାନଙ୍କ ଝିଅ ଖତିଜା ସଙ୍ଗୀତ ଜଗତରେ ପାଦ ଦେବାକୁ ରେଡ୍ଡୀ, ଭିଡିଓ ସେୟାର କରି ବାପା କହିଲେ ଏମିତି

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬/୧୧: ଓସ୍କାର ବିଜେତା ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ଏ ଆର୍ ରହମାନଙ୍କ ଝିଅ ଖତିଜା ରହମାନ ମଧ୍ୟ ତାଙ୍କ ବାପାଙ୍କଠାରୁ କମ୍ ନୁହଁନ୍ତି । ଏହାର ଝଲକ ଦୁବାଇ ଏକ୍ସପୋ ୨୦୨୦ ରେ ଦେଖିବାକୁ ମିଳିଛି। ଏହି ପରଫର୍ମାନ୍ସରୁ ଏହା ସ୍ପଷ୍ଟ ହୋଇଛି ଯେ ଖତିଜା ମଧ୍ୟ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ସଙ୍ଗୀତ ଜଗତରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକ ଖତିଜାଙ୍କ ସ୍ୱରକୁ ତୀବ୍ର ପ୍ରଶଂସା କରୁଛନ୍ତି।

wp:html /wp:html

ଦୁବାଇ ଏକ୍ସପୋ ୨୦୨୦ ରେ ରହମାନ୍ ଙ୍କ ୨୪ ବର୍ଷର ଝିଅ ଖତିଜା ଫିରଦୌସ ଅର୍କେଷ୍ଟ୍ରା ସହିତ ପରଫର୍ମାନ୍ସ କରିଛନ୍ତି। ଏହି ଇଭେଣ୍ଟରେ ଖତିଜା ତାଙ୍କର ଡେବ୍ୟୁ 'ଫରିସ୍ତେ'ରେ ଜବରଦସ୍ତ ପରଫର୍ମାନ୍ସ କରିଛନ୍ତି। ଏହି ଗୀତକୁ ଏ ଆର୍ ରହମାନ ରଚନା କରିଛନ୍ତି। ରହମାନ ୟୁଟ୍ୟୁବରେ ତାଙ୍କ ଝିଅର ପରଫର୍ମାନ୍ସ ସେୟାର କରି ଲେଖିଛନ୍ତି, 'ଏହି ଭିଡିଓ ସେଇମାନଙ୍କ ପାଇଁ ଯେଉଁମାନେ ଖତିଜା ରେହମାନ ଏବଂ ଫିରଦୌସ ଅର୍କେଷ୍ଟ୍ରାର ଦୂତମାନଙ୍କ ପରଫର୍ମାନ୍ସ ଦେଖିବା ମିସ୍ କରିଦେଇଛନ୍ତି। ବିଶ୍ୱ ଶିଶୁ ଦିବସ ପାଳନ କରିବାବେଳେ ଏହା ଆପଣଙ୍କ ପାଇଁ। ଏହି ଚମତ୍କାର ଶୋ’ ପାଇଁ ଦୁବାଇ ଏକ୍ସପୋ ୨୦୨୦ ଏବଂ ଫିରଦୌସ ଅର୍କେଷ୍ଟ୍ରାର ଟିମକୁ ଧନ୍ୟବାଦ ।’

{"width":698,"height":496}

ଖତିଜା ରେହମାନଙ୍କ ମୃଦୁ ସ୍ୱର ଶୁଣି ପ୍ରଶଂସକ ଖୁବ୍ ପ୍ରଶଂସା କରୁଛନ୍ତି। କେହି କେହି ଖତିଜାଙ୍କ ସ୍ୱରକୁ ଏଞ୍ଜଲ୍ କହୁଥିବା ବେଳେ, କେହି କେହି ତାଙ୍କୁ ଜନ୍ମିତ ଷ୍ଟାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.