ଶିକ୍ଷୟିତ୍ରୀଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗରେ ଘରୋଇ ସ୍କୁଲର ପ୍ରିନ୍ସିପାଲ ଗିରଫ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିବା ଜନୈକା ମହିଳା ଶିକ୍ଷୟତ୍ରୀ ତାଙ୍କ ପ୍ରତି ପ୍ରିନ୍ସିପାଲ  ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ସ୍କୁଲର ପ୍ରନ୍ସିପାଲ ରାକେଶ ସିଂହଙ୍କୁ ଗିରଫ କରିଛି। ଦୀର୍ଘ ଦିନରୁ ପ୍ରିନ୍ସିପାଲ ଶିକ୍ଷୟିତ୍ରୀଙ୍କ ପ୍ରତି ଏଭଳି ଅତ୍ୟାଚାର କରି ଆସୁଥିଲେ। ତେବେ ଲୋକଲଜ୍ଜା ଭୟରେ ପ୍ରିନ୍ସିପାଲଙ୍କ ବିରୋଧରେ ସେ  ଅଭିଯୋଗ କରୁନଥିଲେ। ତେବେ ପ୍ରିନ୍ସିପାଲଙ୍କ ଅତ୍ୟାଚାର ବଢିବଢି ଚାଲିବାରୁ ଶେଷରେ ଶିକ୍ଷୟିତ୍ରୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। 

{"id":130701,"width":576,"height":433}

ଶିକ୍ଷୟିତ୍ରୀ କରିଥିବା ଅଭିଯୋଗ ଅନୁସାରେ ସ୍କୁଲରେ ସେ ପାଠ ପଢାଉଥିବା ବେଳେ ମଧ୍ୟ ପ୍ରିନ୍ସିପାଲ ତାଙ୍କ ପ୍ରତି ଅଶ୍ଲିଳ ଓ ଅଶାଳୀନ ବ୍ୟବହାର କରନ୍ତି।  ଗତ ଜୁନ ୨୦୧୭ ମସିହାରୁ ତାଙ୍କ ପ୍ରତି ଏଭଳି କରି ଆସୁଥିବା ଶିକ୍ଷୟତ୍ରୀ ଅଭିଯୋଗରେ ଦର୍ଶାଇଥିବା ବେଳେ ଏକ୍ସଟ୍ରା କ୍ଲାସ ଆଳରେ ସ୍କୁଲକୁ ଡକାଇ ପ୍ରିନ୍ସିପାଲ ତାଙ୍କପ୍ରତି ଦୁଷ୍କର୍ମ କରୁଥିବା ଉଲ୍ଳେଖ କରିଛନ୍ତି।

{"id":130702}

ତେବେ ପ୍ରନ୍ସିପାଲଙ୍କ କାଣ୍ଡ କାରଖାନା ଏତିକିରେ ସୀମିତ ନଥିଲା। ତାଙ୍କ ପ୍ରତି ଦୁଷ୍କର୍ମ କରିବା ସମୟର କିଛି ଭିଡିଓ ମଧ୍ୟ ସେ ମୋବାଇଲରେ ରେକର୍ଡ କରିରଖିଥିଲେ। ଯାହାକୁ ସେ ଭାଇରାଲ କରିଦେବେ ବୋଲି ଧମକ୍ ଦେଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଜାତନା ମଧ୍ୟ ଦେଉଥିଲେ ବୋଲି ଶିକ୍ଷୟିତ୍ରୀ ଅଭିଯୋଗ ଆଣିଛନ୍ତି। ପ୍ରିନ୍ସିପାଲଙ୍କ ଯୋଗୁ ସେ ଏବେ ଗର୍ଭବତୀ । ତେବେ ଅଭିଯୋଗ କଲେ ତାଙ୍କୁ ହତ୍ୟା କରିବେ ବୋଲି ପ୍ରିନ୍ସିପାଲ ତାଙ୍କୁ ଧମକ ଦେଉଥିବା ଶିକ୍ଷୟତ୍ରୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରିନ୍ସିପାଲଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.