୫ଶହ ଫୁଟ ଖାଇକୁ ଖସିଲା ବସ୍,୩୨ ମୃତ, ୨୮ ଆହତ, ବଢିପାରେ ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | June 20, 2019 IST

କୁଲ୍ଲୁ ୨୦।୬:  ହିମାଚଳ ପ୍ରଦେଶ  କୁଲ୍ଲୁ ଜିଲ୍ଲାରେ ଏକଯାତ୍ରୀବାହୀ ବସ୍ ୫ଶହ ଫୁଟ ଖାଇକୁ ଖସିପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୩୨ଜଣଙ୍କ ମୃତ୍ୟୁହୋଇଥିବା ବେଳେ ପ୍ରାୟ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଟି କୁଲ୍ଲୁରୁ ଯାତ୍ରୀଙ୍କୁ ନେଇ ଗଡଗୁସୈଣୀ ଯିବା ରାସ୍ତାରେ ପଡୁଥିବା ଭିଓଠ ବାଙ୍କରେ ସନ୍ତୁଳନ ହରାଇ ଖାଇକୁ ଖସିପଡିଥିବା ଜଣାପଡିଛି।

{"id":125237}

ଦୁର୍ଘଟଣା ସୂଚନା ପାଇ ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲା।  ଅଧିକାଂସ ମୃତାହତ ବଞ୍ଜାର ଅଞ୍ଚଳର ବୋଲି କୁହାଯାଉଛି। ଦୁର୍ଘଟଣା ବେଳେ ବସ୍ ରେ ପ୍ରାୟ ୫୦ ପାଖାପାଖି ଯାତ୍ରୀ ଥିବା ଅନୁମାନ କରାଯାଉଛି।

{"id":125238}

୧୫ ଯାତ୍ରୀ  ମୃତାବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ୩୫ ଜଣ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଶିଶୁ , ୬ ଯୁବତୀ ଓ  ୧୨ ମହିଳା ଅଛନ୍ତି। ମୃତାହତଙ୍କ ମଧ୍ୟରେ ସଂଖ୍ୟାଧିକ ଛାତ୍ରଛାତ୍ରୀ ଥିବା ଜଣାପଡିଛି ।ଜିଲ୍ଲାରେ ଥିବା  ହସ୍ପିଟାଲନଙ୍କର ଆମ୍ବୁଲାନ୍ସ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ପହଞ୍ଚାଇବା କାମରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.