ମହାରାଷ୍ଟ୍ର ସରକାରଙ୍କ ଉପରେ ଉଠିଲା ପ୍ରଶ୍ନ : ହସ୍ପିଟାଲରେ ଭର୍ତ୍ତି ନହୋଇପାରିବାରୁ ରାସ୍ତା ମଝିରେ ଅଟୋରେ ଆଖି ବୁଜିଲେ ଗର୍ଭବତୀ ମହିଳା

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୫: ଲକଡାଉନରେ ଏପରି ଅନେକ ଘଟଣା ଦେଖାଯାଇଛି ଯେ ଯାହା ଲୋକଙ୍କ ପାଇଁ ମଣିଷପଣିଆର ଏକ ଉଦାହରଣ। ଏପରି ଘଟଣା ମଧ୍ୟ ସାମନାକୁ ଆସିଛି ଯାହା ସମାଜର ନିର୍ମମ ଚେହେରାକୁ ସମସ୍ତଙ୍କ ସାମନାରେ ଉଜାଗର କରି ଦେଇଛି। ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ପ୍ରଭାବିତ କ୍ଷେତ୍ର ହୋଇଛି। ମୁମ୍ବାଇର ହସ୍ପିଟାଲକୁ ନେଇ ଅନେକ ରିପୋର୍ଟ ସାମନାକୁ ଆସିଛି। ଗତ ସପ୍ତାହ ମୁମ୍ବାଇର ହସ୍ପିଟାଲର ଏକ ବଡ଼ ଦାୟିତ୍ବହୀନତା ସାମନାକୁ ଆସିଛି ଯେଉଁଥିପାଇଁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୁମ୍ବାଇର ମୁମ୍ବ୍ରାରେ ମେ୨୫-୨୬ ତାରିଖରେ ଶୁନଶାନ ରାତିରେ ଜଣେ ୨୨ବର୍ଷ ବୟସ୍କା ଗର୍ଭବତୀ ମହିଳା ହସ୍ପିଟାଲରେ ଭର୍ତ୍ତି ନ ହୋଇପାରିବା ଯୋଗୁଁ ଅଧାବାଟରେ ଆଖି ବୁଜି ଦେଇଛନ୍ତି।

ମୃତକ ମହିଳାଙ୍କ ନାଁ ମହକ ଖାନ୍। ମହକଙ୍କୁ ମେ ୨୫ତାରିଖ ରାତିରେ ପ୍ରସବ ପୀଡ଼ା ହୋଇଥିଲା। ଯାହା ପରେ ତାଙ୍କୁ ଅଟୋରେ ବସାଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ୍ ରୋଗୀଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ। ପରିବାରଲୋକେ ପରିବାର ଲୋକେ ମହିଳାଙ୍କୁ ଅଟୋରେ ଅନ୍ୟ ଦୁଇ ହସ୍ପିଟାଲକୁ ନେଇ ଯାଇଥିଲେ। ଚତୁର୍ଥ ହସ୍ପିଟାଲକୁ ନିଆ ଯିବା ସମୟରେ ଅଟୋ ଭିତରେ ସେହି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ପରିବାର ଲୋକେ କହିଥିଲେ ଯେ ମହକଙ୍କୁ ପ୍ରସବ ପୀଡ଼ା ହେବାରୁ ତାଙ୍କୁ ଅଟୋରେ ହସ୍ପିଟାଲକୁ ନିଆଯାଇଥିଲା। ପ୍ରଥମେ ସେମାନେ ବିଲାଲ ହସ୍ପିଟାଲକୁ ପହଞ୍ଚିଥିଲେ କିନ୍ତୁ ସେଠାରେ ଭର୍ତ୍ତି କରିବାକୁ ମନା କରିଥିଲେ। ଏହା ପରେ ସେମାନେ ଅଟୋରେ ବସି ପ୍ରାଇମ୍ କ୍ରିଟିକେୟାର ଏବଂ ୟୁନିଭର୍ସାଲ୍ ହସ୍ପିଟାଲକୁ ନେଇ ଯାଇଥିଲେ। ସବୁ ହସ୍ପିଟାଲ୍ ମହିଳାଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ।

ବିଜେପି ନେତା ରାମ କଦମ୍ ଏହି ଘଟଣାକୁ ନେଇ ଉଦ୍ଧବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଜଣେ ଗର୍ଭବତୀ ମହିଳା ହସ୍ପିଟାଲର ଚକ୍କର କାଟିଥିଲେ ଏବଂ ଶେଷରେ ଅଟୋରେ ହିଁ ଚାଲି ଯାଇଥିଲେ। କୌଣସି ହସ୍ପିଟାଲ୍ ତାଙ୍କୁ ଭର୍ତ୍ତି କରି ନଥିଲେ। ମହାରାଷ୍ଟ୍ର ସରକାରଙ୍କୁ ଅନେକ ଥର ଏ ନେଇ ଅପିଲ ହୋଇ ସାରିଛି କିନ୍ତୁ ଏବେ ଯାଏଁ କିଛି ହୋଇନାହିଁ। ମୁମ୍ବାଇ ଲୋକଙ୍କୁ ହସ୍ପିଟାଲରେ ବେଡ ମିଳୁନାହିଁ ଏବଂ ଲୋକେ ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି। ଏହା ପୂରାପୂରି ରାଜ୍ୟ ସରକାଙ୍କ ଅପାରଗତା।

wp:core-embed/twitter {"url":"https://twitter.com/ramkadam/status/1266964974590558208","type":"rich","providerNameSlug":"twitter","className":""}
https://twitter.com/ramkadam/status/1266964974590558208
/wp:core-embed/twitter

ବିଜେପି ନେତା ଏହି ଘଟଣାର ଏକ ଭିଡିଓ ନିଜ ଟ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ୩ହସ୍ପିଟାଳ ବିରୁଦ୍ଧରେ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.