ବିବଶ ଖାକି ! ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ପିଟି ଚାଲିଛି ଜଣେ ନେତା, ଭିଡିଓ ଭାଇରାଲ୍

Published By : Prameya-News7 Bureau | April 14, 2021 IST

ନୂଆଦିଲ୍ଲୀ ୧୪।୦୪: ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରେ ଜଣେ ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ମାଡ ମରାଯିବା ଘଟଣା ସାମ୍ନାକୁ ଆସିଛି। ପୋଲିସ କର୍ମଚାରୀଙ୍କୁ ମାଡ ମାରୁଥିବା ଯୁବକ ଏକ ରାଜନୈତିକ ପାର୍ଟିର ହୋଇଥିବା କୁହାଯାଉଛି।

ପୋଲିସ କର୍ମଚାରୀଙ୍କୁ ମାଡ ମରା ଯାଉଥିବାର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ପୋଲିସ ଜଣକ ତାଙ୍କୁ ଛାଡି ଦେବାକୁ ଗୁହାରି କରୁଛନ୍ତି, ମାତ୍ର ଅଭିଯୁକ୍ତ ଗାଳିଗୁଲଜ କରିବା ସହ ନିର୍ମମ ଭାବେ ମାଡ ମାରି ଚାଲିଛନ୍ତି।

wp:html /wp:html

ଏହି ସମୟରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଅଭିଯୁକ୍ତକୁ ରୋକିବାକୁ ଉଦ୍ୟମ କରୁଛନ୍ତି। ତଥାପି ଅଭିଯୁକ୍ତ ମାନିବାକୁ ନାରାଜ ଏବଂ ଗୋଇଠା, ଚାପୁଡା ମାରିବାରେ ଲାଗିଛି। ଏହି ଘଟଣା ପରେ ପୁଣି ଥରେ ରାଜନୈତିକ ବ୍ୟକ୍ତି ଆଗରେ ଖାକି ବିବଶ ନଜର ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.