ଅଡୁଆରେ ପଡିଲେ କଙ୍ଗନା, ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟର ସେନ୍ସର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨ : ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଭବିଷ୍ୟତରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟକୁ ସେନ୍ସର କରିବାକୁ ଦାବି କରାଯାଇଛି। ତେବେ କିଏ ଏହି ଆବେଦନ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ନିକଟରେ, କଙ୍ଗନା ଭଥୀଣ୍ଡାର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। କଙ୍ଗନା ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି କଥା ସେୟାର କରିଛନ୍ତି।

wp:html /wp:html

କଙ୍ଗନା କହିଛନ୍ତି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରି ଏକ ପୋଷ୍ଟ ଲେଖିବା ପରେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଉଛି। କେବଳ ଏତିକି ନୁହେଁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିବେଦନ କରି ଲେଖିଛନ୍ତି ଯେ ଆପଣ ମଧ୍ୟ ଜଣେ ମହିଳା, ଆପଣଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଆତଙ୍କବାଦ ବିରୋଧରେ ଦୃଢ ଭାବରେ ଲଢିଥିଲେ। ଆତଙ୍କବାଦୀ, ବିଶୃଙ୍ଖଳାକାରୀ ତଥା ଜାତୀୟ ବିରୋଧୀ ବାହିନୀର ଧମକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଦୟାକରି ନିର୍ଦ୍ଦେଶ ଦିଅନ୍ତୁ।

{"width":683,"height":461}
कंगना रणौत

ତେବେ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦ୍ଭାବ କମିଟି ଅଭିନେତ୍ରୀ କଙ୍ଗନାଙ୍କୁ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିବା ପୋଷ୍ଟକୁ ନେଇ ଡିସେମ୍ବର ୬ ରେ ଡକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.