Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଠାରେ ଭାଇ ଭଉଣୀଙ୍କୁ କରିବାକୁ ପଡ଼ିଥାଏ ବିବାହ : ମନା କଲେ ଦେବାକୁ ପଡ଼ିଥାଏ ଜୋରିମାନା,ଜାଣନ୍ତୁ କେଉଁଠି

ବସ୍ତର ୧୬/୪: ଆଦିବାସୀ ସମ୍ପ୍ରଦାୟର ବିଚିତ୍ର ପରମ୍ପରା ବିଷୟରେ ତ ଆପଣ ସମସ୍ତେ ଜାଣନ୍ତି। ଛତିଶଗଡ଼ର ବସ୍ତରର କାଙ୍ଗେରଘାଟିରେ ରହୁଥିବା ଧୁରବା ସମ୍ପ୍ରଦାୟରେ ଏପରି ଏକ ବିଚିତ୍ର ପରମ୍ପରା ପାଳନ କରାଯାଇଥାଏ। ଏଠାରେ ଭାଇ ଭଉଣୀ ପରସ୍ପର ସହ ବିବାହ କରିଥାଆନ୍ତି।

ଏଠାରେ ପୁଅଝିଅଙ୍କ ବିବାହରେ ଅଗ୍ନିକୁ ସାକ୍ଷୀ ନମାନି ପାଣିକୁ ସାକ୍ଷୀ ମାନି ବିବାହ କରାଯାଇଥାଏ। ଧୁରବା ସମ୍ପ୍ରଦାୟରେ ଝିଅର ବିବାହ ତା’ର ମାମୁଁ ପୁଅ ଭାଇ କିମ୍ବା ପିଉସୀ ପୁଅ ଭାଇ ସହ କରାଇ ଦିଆଯାଏ। ଯଦି କେହି ବିବାହ କରିବାକୁ ମନା କରିଥାଏ ତେବେ ତାକୁ ଜୋରିମାନା ଦେବାକୁ ପଡ଼ିଥାଏ। ଏଠାରେ ଝିଅଙ୍କ ବିବାହ କରିବାର ସର୍ବନିମ୍ନ ବୟସ ୧୮ ହୋଇଥିବାବେଳେ ପୁଅଙ୍କ ବୟସ ୨୧ ହୋଇଥାଏ। କିନ୍ତୁ ଏବେ ଧୀରେ ଧୀରେ ଲୋକେ ଏହି ପରମ୍ପରାକୁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି।   

1422 Views

   ସମ୍ବନ୍ଧିତ ଖବର