ଭାରତ ଫେରିବେ ଅଭିନନ୍ଦନ ; ମୋଦି କହିଲେ ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଛି
1/03/2019 at 10:25 AM

ନୂଆଦିଲ୍ଲୀ ୧|୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଘୋଷଣା କରିଛି । ତେବେ ଆଜି ପାକିସ୍ତାନରୁ ସୁରକ୍ଷିତ ଭାବେ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦିଆଯିବ ବୋଲି ଇମ୍ରାନ ଖାନ୍ କହିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ତ୍ତମାନ ଗୋଟିଏ ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଛି ।
ଭାରତୀୟ ବୈଜ୍ଞାନିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଏବଂ ପ୍ରଦ୍ୟୋଗିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୁପ ଭଟନାକର ପୁରସ୍କାର ପ୍ରଦାନ କରିଥିଲେ । ଦେଶର ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ ଯେ ଆପଣମାନେ ଜୀବନ ସାରା ବିଜ୍ଞାନାଗାରରେ ହିଁ ଗବେଷଣାରେ ମଗ୍ନ ଥାଆନ୍ତି। ପ୍ରଥମେ ଗୋଟିଏ ନମୁନା ପ୍ରକଳ୍ପ ତିଆରି କରିବା ହେଉଛି ଆପଣମାନଙ୍କର ପରମ୍ପରା। ତେବେ ତାହାର ସଫଳତା ପରେ ମୁଖ୍ୟ ତଥା ବାସ୍ତବ ପ୍ରକଳ୍ପ ହିଁ କାର୍ଯ୍ୟକାରୀ ହୋଇଥାଏ। ତେବେ ବର୍ତ୍ତମାନ ଗୋଟିଏ ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଛି ।
ପ୍ରଧାନମନ୍ତ୍ରୀ କାହାର ନାଁ ନେଇନଥିଲେ ଏବଂ କାହାକୁ ଇଙ୍ଗିତ ନକରି କହିଥିଲେ ଯେ, ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଛି। ଏଣିକି ବାସ୍ତବ ପ୍ରକଳ୍ପର ରୂପରେଖ ଦେଖିବ। ତେବେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦେଖି ମୋଦି ଏହି କଥା ପାକିସ୍ତାନ ଉପରେ କୌଣସି ବଡ଼ ଧରଣର ଆକ୍ରମଣକୁ ଇସାରା କରିୁ କହିଥିବା ଜଣାପଡୁଛି ।
ଭାରତୀୟ ବାୟୁସେନାର ମିଗ୍ ପାଇଲଟ୍ ଅଭିନନ୍ଦନଙ୍କୁ ମୁକ୍ତ କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିବା ପରେ ମୋଦି ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ପାଇଲଟ୍ ପ୍ରୋଜେକ୍ଟ ଅଭିନନ୍ଦନଙ୍କୁ ଇସାରା ଥିଲା ବୋଲି କୁହାଯାଉଛି।
ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍-୨୧ ବିମାନ କ୍ରାସ୍ ହେବା ପରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲା । ସେଠାରୁ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିନେଇଥିଲେ । ଏହାପରେ ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକିସ୍ତାନ ଉପରେ ଭାରତ ଲଗାତର ଚାପ ପକାଇଥିଲା । ତେବେ ଆଜି ଅଭିନନ୍ଦନ ଆଜି ଭାରତ ଫେରୁଛନ୍ତି ।