ଜବତ ହେଲା ଗହମ ବୋଝେଇ ପିକଅପ୍
31/05/2020 at 9:55 PM

ଭଦ୍ରକ୩୧/୫: ଚୋରା ଚାଲାଣ ସନ୍ଦେହରେ ଗହମ ବୋଝେଇ ପିକଅପ ଜବତ। ପିକଅପ୍ କୁ ଜବତ କରିଛି ଭଦ୍ରକ ଜିଲ୍ଲା ଧାମନଗର ପୋଲିସ। ପିକଅପ୍ ଟି ୪୨ ବସ୍ତା ଗହମ ନେଇ ଦୋବଲ ଅଭିମୁଖେ ଯାଉଥିବା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଧାମନଗର ଛକ ନିକଟରେ ପୋଲିସ ଅଟକ ରଖିଥିଲା। ପରେ ଗହମ କେଉଁଠୁ ଆସିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଥାନାଧିକାରୀ ରତିକାନ୍ତ ଗିରିଙ୍କ ସୂଚନା ଅନୁଯାୟୀ ଧାମନଗର ସିଡିପିଓ ଓ ଯୋଗାଣ ବିଭାଗର ଅଧିକାରୀ ମାନେ ଯାଇ ଗହମର ଯାଞ୍ଚ କରିଛନ୍ତି। ଗହମ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିମ୍ବା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ପିକଅପ୍ର ଡ୍ରାଇଭର ମଧ୍ୟ ଥାନାରେ ଅଟକ ଥିବା ସୂଚନା ମିଳିଛି ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021