Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଲକଡାଉନ ବେଳେ ଭିନ୍ନ ଏକ ଅନ୍ଦାଜରେ ଯୁବତୀଙ୍କୁ ପ୍ରପୋଜ କଲେ ଫଟୋଗ୍ରାଫର: ଆରମ୍ଭ ହେଲା ପ୍ରେମ କାହାଣୀ

30/03/2020 at 7:38 PM

କରୋନୋ ସଂକ୍ରମଣକୁ ରୋକିବା ପାଇଁ ଦୁନିଆର ଅନେକ ଦେଶ ଲକଡାଉନ କରିଛନ୍ତି | ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ସରକାର ମନା କରିଛନ୍ତି | ସାମାଜିକ ଦୂରତା ବଜାୟ ରଖିବା ପାଇଁ ବାରମ୍ବାର ଅପିଲ କରାଯାଉଛି | ଲୋକେ ବାଧ୍ୟ ହୋଇ ନିଜ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି | ଲୋକେ ନିଜ ନିଜ ତରିକାରେ ସମୟ ଅତିବାହିତ କରୁଛନ୍ତି | କିନ୍ତୁ ବୃକଲିନର ଜଣେ ଫଟୋଗ୍ରାଫର ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ଏକ ସୁନ୍ଦର ମେସେଜ ଦେଇଛନ୍ତି | ସେ ଦର୍ଶାଇଛନ୍ତି ଯେ ସାମାଜିକ ଦୂରତା ଅର୍ଥ ନୁହେଁ ଯେ ଜୀବନରେ ପ୍ରେମର ସୁନ୍ଦର ମୂହୁର୍ତ୍ତଗୁଡିକ ଲିଭିଯିବ |

ଜେରେମି କୋହେନ ନିଜ ଘରର ସାଇଡ ଘର ଛାତ ଉପରେ ଜଣେ ମହିଳା ଖୁସିରେ ନାଚୁଥିବାର ଦେଖିଲେ | ଠିକ ସେତିକିବେଳେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ | ସେ ଡ୍ରୋନ୍ ସାହାଯ୍ୟରେ ମହିଳାଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଏବଂ ଖୁବ୍ ଶୀଘ୍ର ସେ ମହିଳାଙ୍କ ପ୍ରତିକ୍ରିୟା ମଧ୍ୟ ପାଇଥିଲେ। ଉକ୍ତ ଭିଡିଓକୁ ଜେରେମି ଟ୍ୱିଟରରେ ପୋଷ୍ଟ କରିଛନ୍ତି | ଭିଡିଓ ସହ ସେ କ୍ୟାପସନ ମଧ୍ୟ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି, ମୋତେ ବିଶ୍ୱାସ ହେଉନାହିଁ ଯେ ମୋ ଉପାୟ ବାସ୍ତବରେ କାମ କରିଛି ଏବଂ ଏହା ଏକ ବାସ୍ତବିକ କାହାଣୀ |

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ମିଲିୟନରୁ ଅଧିକ ଥର ଦେଖାଯାଇଛି। ସେବେଠାରୁ ଅନେକ ଫଟୋଗ୍ରାଫର ଜେରେମି କୋହେନଙ୍କୁ ତାଙ୍କର ନୂତନ ପ୍ରେମ କାହାଣୀ ବିଷୟରେ କହିବାକୁ ଅନୁରୋଧ କରିଛନ୍ତି | ଭିଡିଓ ସେୟାର କରି କୋହେନ୍ ଟ୍ୱିଟ୍ କରି କହିଛନ୍ତି, ଭାଗ 2. ତାଙ୍କର ନାମ ତୋରୀ। ସେ ବହୁତ ସୁନ୍ଦର ଏବଂ ଦୟାଳୁ ସ୍ୱଭାବର ଏବଂ ମୁଁ ତାଙ୍କୁ ଭେଟି ବହୁତ ଖୁସି |

ଏହି କଠିନ ପରିସ୍ଥିତିରେ ବିଶ୍ୱର ବିଭିନ୍ନ ଦେଶରେ କୋଣ ଅନୁକୋଣରେ ଲୋକେ କୋଭିଡ -୧୯ କୁ ପ୍ରତିହତ କରିବାକୁ ସଂଘର୍ଷ କରୁଛନ୍ତି | ଏତିକିବେଳେ କୋହେନଙ୍କ ଭିଡିଓ ଅନେକ ଲୋକଙ୍କ ମୁହଁରେ ହସ ଆଣିଦେଇଛି | ଏହି ଭାଇରାଲ୍ କ୍ଲିପକୁ ଆଉ ଜଣେ ୟୁଜର ସେୟାର କରି କହିଛନ୍ତି, ସାମାଜିକ ଦୂରତାର ଅର୍ଥ ନୁହେଁ ଯେ ଆମକୁ ସାମାଜିକ ଦୃଷ୍ଟିରୁ ଦୂରରେ ରହିବାକୁ ପଡିବ। ଦୂରରେ ରହି ମଧ୍ୟ ବିଭିନ୍ନ ଉପାୟରେ ଆମେ ପରସ୍ପର ସହ ଯୋଗାଯୋଗ କରିପାରିବା |

   Related Posts