ଏହି ମୁସଲିମ ରାଜ କୁମାରୀଙ୍କ ଗୋଟେ ଫଟୋ ସାଉଦୀ ଆରବରେ ସୃଷ୍ଟି କରିଥିଲା ଆଲୋଡ଼ନ, ଜାଣନ୍ତୁ କାରଣ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ୮|୧୦: ସାଉଦୀ ଆରବକୁ ପରିବର୍ତ୍ତନ ବିରୋଧୀ ଦେଶ ବୋଲି କୁହାଯାଏ। ବିଶେଷକରି ସାଉଦୀ ଆରବରେ ମହିଳାଙ୍କୁ କମ୍ ଅଧିକାର ମିଳିଥାଏ। ମହିଳାମାନେ ଏଠାରେ କୌଣସି କାମ ମନଇଚ୍ଛା କରି ପାରି​‌ବେ ନାହିଁ । ସାଉଦୀ ଆବରର ରାଜଙ୍କ ପକ୍ଷରୁ ମହିଳାମାନଙ୍କ ଉପରେ କଟକଣା ଜାରି କରାଯାଇଥିବା କଥା କୁହାଯାଏ। ନିକଟରେ ରାଜ ପରିବାରର ରାଜକୁମାରୀ ଏହି ନିୟମକୁ ବଦଳାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସାଉଦୀ ଆରବର ରାଜକୁମାରୀ ହାୟଫାଙ୍କ ଗୋଟେ ଫଟୋ ତାଙ୍କ ଦେଶରେ ଆଲୋଡ଼ନ ସୃ୍ଷ୍ଟି କରିଛି। ରାଜ କୁମାରୀ ହାୟଫା ଅବଦୁଲ୍ଲା ବହୁତ ମର୍ଡନ ତେଣୁ ପାଶ୍ଚତ୍ୟ ସଭ୍ୟତାକୁ ସେ ଅଧିକ ପସନ୍ଦ କରନ୍ତି। ସେଠାକାର ରାଜା ପ୍ରିନ୍ସ ଅବଦୁଲ୍ଲଙ୍କ ଝିଅ ହେଉଛନ୍ତି ହାୟଫା । ହାୟଫାଙ୍କ ଫଟୋ ଯୋଗୁଁ  ପ୍ରିନ୍ସ ଅବୁଦୁଲା ଓ ତାଙ୍କ ଝିଅ ବିବାଦରେ ଛନ୍ଦି ହୋଇ ପଡିଥିଲେ। 

ରେଗିସ୍ତାନରେ କାର ଉପରେ ଫଟୋ ଉଠାଯାଇଥିବା ଫଟୋ ଭୋଗ ମ୍ୟାଗଜିନର କଭର ପେଜରେ ସ୍ଥାନପାଇଥିଲା। ଏହି ଘଟଣା ପୁରା ସାଉଦୀ ଆରବରେ ବଣ ନିଆଁ ଭଳି ଖେଳି ଯାଇଥିଲା। ଏହି ଫଟୋ ସହ ସେଠାକାର ମହିଳାମାନଙ୍କ ସଂପର୍କରେ ଆଲୋଚନା କରାଯାଇଥିଲା। ଫଟୋ ଦେଖିବା ପରେ ଅନ୍ୟମାନେ ସାଉଦୀ ଆରବର ରାଜାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନକୁ ନିଜେ ରାଜକୁମାରୀ ହାୟଫା ମଧ୍ୟ ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.