Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗୁଜରାଟ ଉପନିର୍ବାଚନ: ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଉପରକୁ ଚପଲ ମାଡ,ଗଣମାଧ୍ୟମ ପ୍ରତିନିଧି ସହ କରୁଥିଲେ ଆଲୋଚନା

27/10/2020 at 10:53 AM

ନୂଆଦିଲ୍ଲୀ ୨୭/୧୦: ବିହାର ନିର୍ବାଚନ ସହ ନଭେମ୍ବର ୩ରେ ଗୁଜରାଟ ଉପନିର୍ବାଚନ ଅଛି। ଏହା ପୂର୍ବରୁ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଉପରୁ କେହି ଜଣେ ଜୋତା ଫିଙ୍ଗିଛନ୍ତି। ସୋମବାର ସେ ନିର୍ବାଚନୀ ପ୍ରଚାର ପାଇଁ କର୍ଜନ ଯାଇଥିଲେ। ଭାଷଣ ପରେ ସେ କିଛି ଲୋକଙ୍କ ସହ କଥାବାର୍ତା ହେଉଥିଲେ, ସେତେବେଳେ ଅଚାନକ ତାଙ୍କ ଉପରେ କେହି ଜୋତା ପିଙ୍ଗିଥିଲେ। ବଡ଼ାଦରା ପୋଲିସ୍ ନୀତିନଙ୍କ ଉପରୁ ଚପଲ ମାଡ଼ କରିଥିବା ସମ୍ପୃକ୍ତ ବ୍ୟକ୍ତିକୁ ଖୋଜୁଛି।

ଏ ଘଟଣା ପୂରା ଅପ୍ରତ୍ୟାଶିତ ଥିଲା​‌। ହଠାତ ଏଭଳି କାରନାମା କିଏ କରିବ କେହି ଜାଣି ବି ନ ଥିଲେ। କୁହାଯାଉଛି ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କେହି କରିଥିଲେ । ଚପଲ ଏମିତି ଫିଙ୍ଗାଯାଇଛି ଯେ ନୀତିନଙ୍କ ମୁହଁ ପାଖ ଦେଇ ଯାଇଛି।

ସୂଚନାଯୋଗ୍ୟ ଗୁଜରାଟରେ ୮ ବିଧାନସଭା ଆସନ ପାଇଁ ନଭେମ୍ବର ୩ରେ ମତଦାନ ରହିଛି। ଯେଉଁଥିପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ବିଜେପିର ତମାମ ବଡ଼ ବଡ଼ ନେତା ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ଏ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦଳିତ ନେତା ଜିଗନେଶ ମେଓ୍ବାନି।

   Related Posts