Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କଣ ନ କଲା କରୋନା: ଅକ୍ସିଜେନ ପାଇଁ ରାସ୍ତାରେ ଆଣ୍ଠେଇ, ହାତ ଯୋଡି ପୋଲିସକର୍ମୀଙ୍କ ଆଗରେ ନେହୁରା ହେଉଛନ୍ତି ଯୁବକ

29/04/2021 at 7:04 PM

ଆଗ୍ରା ୨୯/୦୪ : ଦେଶରେ ପ୍ରାୟ ୧୦ ଦିନ ହେଲା ଅକ୍ସିଜେନ ସଙ୍କଟ ଲାଗି ରହିଛି। ଦେଶର ବିଭିନ୍ନ ସ୍ଥାନ ସହ ବିଦେଶରୁ ମଧ୍ୟ ଅକ୍ସିଜେନ ଆସୁଛି ତଥାପି ଅକ୍ସିଜେନ ସଙ୍କଟ ଶେଷ ହୋଇନି। ନିଜ ଲୋକଙ୍କ ଜୀବନ ବଞ୍ଚାଇବାକୁ ଅକ୍ସିଜେନ ପାଇଁ ଲୋକେ କଣ ନ କରୁଛନ୍ତି। ଏହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଅକ୍ସିଜେନ ସିଲିଣ୍ଡର ପିପିଇ କିଟ ପିନ୍ଧି ଆଣ୍ଠେଇ ପୋଲିସକର୍ମୀ ଆଗରେ ନେହୁରା ହେଉଥିବା ଦେଖିବାକୁ ମିଳିଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ବ୍ୟକ୍ତି ଜଣକ ତାଙ୍କ ମା’ଙ୍କୁ ଲାଗିଥିବା ଅକ୍ସିଜେନ ସିଲିଣ୍ଡର ନ କାଢ଼ିବାକୁ ପୋଲିସକର୍ମୀଙ୍କ ଆଗରେ ନେହୁରା ହେଉଛନ୍ତି। ପୋଲିସ କହିଛି ଯେ ଖାଲି ସିଲିଣ୍ଡର କାଢି ନେଇଯାଉଥିବା ବେଳେ ବ୍ୟକ୍ତି ଜଣକ ସିଲିଣ୍ଡର ପାଇଁ ନେହୁରା ହେଇଥିଲେ। ବ୍ୟକ୍ତି ଜଣକ ଆଣ୍ଠେଇ, ହାତ ଯୋଡି ନେହୁରା ହେଉଥିବା ନଜର ଆସିଛନ୍ତି।

ବ୍ୟକ୍ତି ଜଣକ କହୁଛନ୍ତି, ଭାଇ, ଆପଣଙ୍କ ଆଗରେ ହାତ ଯୋଡି ନେହୁରା ହେଉଛି ମୋ ମା’ଙ୍କୁ ବଞ୍ଚାଇ ଦିଅନ୍ତୁ। ଆଉ ଜଣେ ବ୍ୟକ୍ତି ତାଙ୍କୁ ସେଠାରୁ ଉଠେଇ ନ ନେବା ଯାଏଁ ସେ ଲଗାତାର କାନ୍ଦୁଥିଲେ। ସେ ତାଙ୍କ ପରିବାର ସଦସ୍ୟ ଭଳି ଜଣାପଡୁଥିଲେ। ଠିକ ସେତେବେଳେ ଦୁଇଜଣ ସେଠାରୁ ସିଲିଣ୍ଡର ନେଇଯାଉଥିବା ନଜର ଆସିଥିଲେ।

ମାମଲା ଆଗ୍ରାର ଘରୋଇ ହସ୍ପିଟାଲ ଉପାଧ୍ୟାୟ ହସ୍ପିଟାଲର। ଯୁବ କଂଗ୍ରେସ ଏହି ଭିଡିଓ ସେୟାର କରିଛି। ଭିଡିଓକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରାଯାଇଛି। ରାଜ୍ୟରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁସ୍ତାହାର ବୃଦ୍ଧି ପାଇଛି। ସଂକ୍ରମଣ ପ୍ରସାର ରୋକିବାକୁ ନାଇଟ କର୍ଫ୍ୟୁ ଓ ଲକଡାଉନ ଲାଗୁ କରାଯାଇଛି।

   Related Posts