Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ନନ୍ଦିଗ୍ରାମ ଭୋଟ୍‌ ପରେ ପୁଣି AIMIM ମୁଖ୍ୟ ଓୱେସୀଙ୍କ ଉପରେ ବର୍ଷିଲେ ମମତା, ବିଜେପି ପାଖରୁ ଟଙ୍କା ଆଣିଥିବା ନେଇ କଲେ ଅଭିଯୋଗ

2/04/2021 at 5:35 PM

କୁଚବିହାର ୨/୪: ନନ୍ଦିଗ୍ରାମ ମତଦାନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର  କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି। ଦ୍ବିତୀୟ ଆସନରୁ ଲଢ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶ୍ନରେ ଜବାବ ଦେଇ ମମତା କହିଛନ୍ତି ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି। ଏହି ସମୟରେ  ସେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ବର୍ଷିଛନ୍ତି। ବିଜେପି ପାଖରୁ ଟଙ୍କା ନେଇ ଜଣେ ହାଇଦ୍ରାବାଦରୁ  ପଶ୍ଚିମବଙ୍ଗ ଆସିଛି। ତାକୁ ଏଠାରେ ପୂରାଇବାକୁ ଦେବୁ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି।

ଏହା ସହ ନନ୍ଦିଗ୍ରାମ ମତଦାନ ପୂର୍ବରୁ ହାଓ୍ବାଡା ଜିଲ୍ଲା ଅଲୁବେରିଆରେ ମମତା ବାନାର୍ଜୀ ଏଆଇଏମଆଇଏମ  ଅଧ୍ୟକ୍ଷ  ଅସଦୁଦ୍ଦିନ ଓୱେସୀ ଏବଂ ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ) ପ୍ରତିଷ୍ଠାତା ପୀରଜାଦା ଅବ୍ବାସ ସିଦ୍ଦିକୀଙ୍କୁ ଜୋରଦାର ଟର୍ଗେଟ କରିଥିଲେ।  ରାଲିରେ ଓୱେସୀଙ୍କୁ ‘ହାଇଦ୍ରାବାଦର ଗଦ୍ଦାର’ ଏବଂ  ସିଦ୍ଦିକୀଙ୍କୁ ‘ମୀର ଜାଫର’ ବୋଲି କହିଥିଲେ ମମତା । ଶୁକ୍ରବାର ପୁଣି ଥରେ  ଓୱେସୀଙ୍କୁ ମମତା ଟର୍ଗେଟ କରିବା ସହ ତାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

କୁଚବିହାରରେ ଟିଏମସି ନେତ୍ରୀ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜଣେ ଲୋକ ହାଇଦ୍ରାବାଦରୁ ବେଙ୍ଗଲ ଆସିଛି। ସେ ବିଜେପି ପାଖରୁ ଟଙ୍କା ଆଣିଛି। ତାକୁ ଏଠାରେ ପ୍ରବେଶ କରିବାକୁ ଦିଅ ନାହିଁ।’  ଏହା ସହ ଏହି ରାଲିରେ ମମତା ଆହୁରି କହିଛନ୍ତି ଯେ, ମୁଁ ନନ୍ଦିଗ୍ରାମରୁ ନିଶ୍ଚିତ ଜିତିବି। ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଜାଣିଛି ଜିତିବି କିନ୍ତୁ ମୋ ସହ ୨୦୦ ପ୍ରାର୍ଥୀଙ୍କୁ ଜିତିବାକୁ ପଡ଼ିବ। କାରଣ ଆମେ ହିଁ ସରକାର କରିପାରିବୁ। ତେଣୁ ଆପଣଙ୍କ ଭୋଟ୍‌ ଟିଏମସିକୁ ଦିଅନ୍ତୁ।’ ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମମତାଙ୍କୁ ଟର୍ଗେଟ କରି କହିଛନ୍ତି, ଦିଦି ନନ୍ଦିଗ୍ରାମରୁ ହାରି ସାରିଛନ୍ତି। କାଲି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ସେ ନନ୍ଦିଗ୍ରାମରୁ ପରାଜୟ ବରଣ କରିଛନ୍ତି ।

   Related Posts