Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ସ୍ୱାର୍ଥପର: ଦାମ୍ପତ୍ୟ ଜୀବନ ହୋଇନଥାଏ ସୁଖମୟ

26/06/2021 at 8:32 PM

ଭୁବନେଶ୍ୱର ୨୬/୦୬ : ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ଅଙ୍କ ଜ୍ୟୋତିଷରେ ଜନ୍ମତିଥି ଆଧାରରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିଥାଏ। ୭ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ସ୍ଵଭାଵ କିଭଳି ହୋଇଥାଏ ଜାଣିବା। ଯେକୌଣସି ମାସର ୭, ୧୬ ଓ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ। ୭ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତି ସ୍ୱାର୍ଥପର ହୋଇଥାନ୍ତି। ଅଙ୍କ ଶାସ୍ତ୍ର ଅନୁସାରେ ୭ ଅଙ୍କର ଗୁରୁ ଗ୍ରହ କେତୁ। ସେଥିପାଇଁ ଏହି ମୂଳାଙ୍କରେ କେତୁର ପ୍ରଭାବ ରହିଥାଏ।

ଏହି ମୂଳାଙ୍କ ବ୍ୟକ୍ତି ବାଦ-ବିବାଦ କରିବାରେ ଆଗରେ ଥାଆନ୍ତି। ଏହି ବ୍ୟକ୍ତିମାନେ ଆତ୍ମବିଶ୍ଵାସୀ ଥାଆନ୍ତି। ଏମାନେ କୌଣସି କଥା ନିଜ ମନରେ ରଖନ୍ତି ନାହିଁ। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଧନୀ ହୋଇଥାନ୍ତି। ଏମାନେ କେବେ ବି ଖାଲି ବସନ୍ତି ନାହିଁ। ଏମାନେ ସାହସୀ ମଧ୍ୟ ହୋଇଥାନ୍ତି। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଏମାନେ ଅଧିକ ଥଟ୍ଟା ମଜା କରିବାକୁ ପସନ୍ଦ କରନ୍ତିନି। ଏହି ମୂଳାଙ୍କ ବ୍ୟକ୍ତି ଅନ୍ୟମାନଙ୍କ କଥାରେ ଶୀଘ୍ର ଖରାପ ଭାବିଥାନ୍ତି। ଏମାନେ ନିଜ ବିଷୟରେ ଅଧିକ ଚିନ୍ତା କରନ୍ତି। ଏମାନଙ୍କ ବନ୍ଧୁ ମଧ୍ୟ କମ ଥାଆନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।

୭ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିଙ୍କୁ ଜୀବନରେ ଅଧିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିନଥାଏ। ଏମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏମାନେ ଦାନ-ଧର୍ମ ମଧ୍ୟ ଅଧିକ କରନ୍ତି। କିନ୍ତୁ ଦାମ୍ପତ୍ୟ ଜୀବନରେ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ। ଜୀବନସାଥୀ ସହ ଅଧିକାଂଶ ସମୟରେ ବାଦ-ବିବାଦ ହୋଇଥାଏ।

   Related Posts