ବାରମ୍ବାର ଦୁଷ୍କର୍ମ ହେଉଥିବା ଜଣେ ନବମ ଶ୍ରେଣୀ ଛାତ୍ରୀର ଗୁମର ଖୋଲିଲା ଗୋଟିଏ ପେନକିଲର ଟ୍ୟାବଲେଟ

Published By : Prameya-News7 Bureau | February 10, 2019 IST

ହିସାର ୧୦/୨- ଜଣେ ନାବାଳିକା ବାରମ୍ବାର ଦୁଷ୍କର୍ମରେ ଶିକାର ହୋଇ ପରିବାର ଆଗରେ କହି ପାରୁ ନଥିବା ବେଳେ ମାତ୍ର ଗୋଟିଏ ପେନ କିଲର ଖୋଲିଦେଲା ଗୁମର ।

ପୀଡ଼ିତା ନାବାଳିକା ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସେ ୨୦୧୮ ମସିହା ଜୁନ ମାସରେ ଖରାଛୁଟି ବେଳେ ଘଟିଥିଲା ଏହି ଘଟଣା । ସେ ସୁନୀଲ ନାମକ ଜଣେ ଯୁବକଙ୍କ ଦୋକାନକୁ ଯାଇଥିଲେ । ସୁନୀଲ ଦୋକାନ ଭିତରକୁ ନେଇ ନାବାଳିକାଙ୍କୁ କରିଥିଲା ଦୁଷ୍କର୍ମ । ଏହି ଘଟଣା ପୀଡ଼ିତା ଘରେ କହି ନଥିଲେ ।

ପୁନଶ୍ଚ ୨୦୧୮ ମସିହା ଡ଼ିସେମ୍ବର ମାସରେ ଘଟିଥିଲା ଏହି ଘଟଣା । ପୀଡ଼ିତା ନିଜର ଜଣେ କ୍ଲାସମେଟ ଘରକୁ କ୍ଷୀର ଆଣିବାକୁ ଯାଇଥିଲା । ଏହି ସମୟରେ ସୁନୀଲ ବୁଲିବାକୁ ଡ଼ାକି ନେଇଥିଲା । ନାବାଳିକା ସେଠାରେ ପଂହଚିଲାବେଳକୁ ସୁନୀଲର ସାଙ୍ଗ ବିକ୍ରମ, କାଲୁ ଓ ସନ୍ଦୀପ ଆଉ ଗୋଟେ ଘରେ ଥିଲେ ।

ପ୍ରଥମେ ସୁନୀଲ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ସୁନୀଲର ଆଉ ତିନିଜଣ ସାଙ୍ଗ ମଧ୍ୟ ଦୁଷ୍କର୍ମ କରିଥିଲେ । ଏହି ଘଟଣାପରେ ସୁନୀଲ ପୀଡ଼ିତାଙ୍କୁ ଆଣି ଘରେ ଛାଡ଼ି ଦେଇଥିଲା । ପୀଡ଼ିତାର ପେଟ ଯନ୍ତ୍ରଣା କରୁଥିବାରୁ ସୁନୀଲ ତାଙ୍କୁ ପେନକିଲର ଖାଇବାକୁ ମଧ୍ୟ ଦେଇଥିଲା ।

ଏହି ପେନକିଲର ଘରେ ଖାଇବାବେଳେ ପୀଡ଼ିତାଙ୍କ  ମାଆ ଦେଖିଦେଇଥିଲେ । ଘଟଣା ବୁଝିବାପରେ ସବୁ ସତ କଥା ପଦାକୁ ଆସିଥିଲା ।

ନାବାଳିକାଙ୍କ ସହ ସୁନୀଲ ଓ ତା ର ତିନିଜଣ ସାଙ୍ଗ ଦୁଷ୍କର୍ମ କରିଥିବା କଥା ସ୍ଵୀକାର କରିଥିଲେ ।

ଏହି ଘଟଣାରେ ନାବାଳିକାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ମୁଖ୍ୟ ଆସାମୀ ସୁନୀଲକୁ ଗିରଫ କରିବା ସହ ଆଉ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.