ଅଦ୍ଭୁତ ପରମ୍ପରା: ଝାଟି ପର୍ବରେ ଶତ୍ରୁତା ଭୁଲିବାକୁ ପରସ୍ପରକୁ ରକ୍ତାକ୍ତ କରନ୍ତି ବଣ୍ଡା ଜନଜାତି, ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | January 23, 2020 IST

ମାଲକାନଗିରି୨୩/୧: ଆମ ରାଜ୍ୟରେ ବାର ମାସରେ ତେର ପର୍ବ । କିନ୍ତୁ ଆପଣ ଏମିତି ପର୍ବ ଦେଖି ନଥିବେ ଯେଉଁଠି ପୁର୍ବ ଶତ୍ରୁତାକୁ ଭୁଲିବା ପାଇଁ ଲୋକେ ନିଜ ଦେହରୁ ରକ୍ତ ଝରାଉଛନ୍ତି । ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ନିଆରା ଝାଟି ପର୍ବ ।

ଖାଲି ଦେହରେ ପରସ୍ପରକୁ ପିଟାପିଟି ହୋଇ ଯୁବକମାନେ ରକ୍ତାକ୍ତ ହୋଇଥାଆନ୍ତି। ଖାଲି ପିଟାପିଟି ହୁଅନ୍ତି ନାହିଁ ତ, ପରସ୍ପର ପିଠିରେ ଚାବୁକ ମାରି ରକ୍ତାକ୍ତ କରି ଦେଇଥାଆନ୍ତି। ମାଲକାନାଗିରି ଜିଲ୍ଲା ବଣ୍ଡା ଜନଜାତିଙ୍କ ନିଆରା ‘ଝାଟିମରା’ ବା ପୁଷ ପର୍ବ । ବଣ୍ଡା ଜନଜାତିଙ୍କ ପାରମ୍ପାରିକ ଫସଲ ଶୁଆଁ, ବିରି ଓ ମାଣ୍ଡିଆ ଅମଳ ହେବା ପରେ ଲୋକେ ଏହି ଝାଟି ପର୍ବ ପାଳନ କରି ଥାଆନ୍ତି । ଆଉ ପୂର୍ବ ଶୁତ୍ରୁତାକୁ ଭୁଲିବାକୁ ଲୋକେ ନିଜ ନିଜ ଭିତରେ ଏଭଳି ପିଟା ପିଟି ହୁଅନ୍ତି । ଏହି ନିଆରା ପର୍ବ ଦେଖିବାକୁ ଲୋକଙ୍କ ପ୍ରବଳ  ଭିଡ ଜମିଥାଏ ।

wp:core-embed/youtube {"url":"https://youtu.be/FrA61fzsWl4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/FrA61fzsWl4
/wp:core-embed/youtube

କେଉଁ ଆଦିମ କାଳରୁ ବଣ୍ଡା ଜନଜାତିଙ୍କ ସମାଜରେ ଏହି ପରମ୍ପରା ଚାଲି ଆସୁଛି । ସେମାନଙ୍କ ଲାଗି ଗାଁର ପୁଜାରି ହେଉଛନ୍ତି ବିଚାରକ । ସେଇଥି ପାଇଁ ପୂଜାରିଙ୍କ ଆଦେଶରେ ଝାଟି ପର୍ବର ତାରିଖ ନିର୍ଦ୍ଧାରଣ ହୁଏ । ଏହା ପରେ ଯୁବକ ମାନେ ସଲପ ଗଛ ଚଢି ଡାଳ ଭାଙ୍ଗି ଥାଆନ୍ତି । ଗ୍ରାମ ଦେବୀଙ୍କ ପିଠରେ ଏହାକୁ ପୂଜା କରାଯିବା ପରେ ତାକୁ ନିଆଁରେ ସେକି ଚାବୁକ ତିଆରି କରାଯାଏ । ଏହା ପରେ ଆରମ୍ଭ ହୁଏ ପର୍ବ । ଶତ୍ରୁକୁ ଝାଟିରେ ପିଟି ରକ୍ତାତ କରିବା ପରେ କୋଳା କୋଳି ହୁଅନ୍ତି । ଆଉ ତା ପରେ ବଣ୍ଡା ବାଦ୍ୟର ତାଳେ ତାଳେ ମସଗୁଲ ହୁଅନ୍ତି ସମସ୍ତେ ।   

ଆଜିର ଦିନରେ ଶତ୍ରୁତାର ସମାଧାନ ଲାଗି ଲୋକେ କେ।ର୍ଟ, କଚେରୀ ଯାଉଛନ୍ତି । ଏଭଳି ସ୍ଥିତିରେ ବଣ୍ଡା ଜନଜାତିର ଲୋକେ ଶତ୍ରୁତାର ସମାଧାନ ଏଭଳି ଢଙ୍ଗରେ କରିବା ବାସ୍ତବରେ ନିଆରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.