Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନଅ ମାସର ଗର୍ଭବତୀ ମହିଳା ୫ ମିନିଟ ୨୫ ସେକେଣ୍ଡରେ ଦୌଡ଼ିଲେ ୧.୬ କିଲୋମିଟର, କହିଲେ- ‘ଚାଲେଞ୍ଜ ଜିତିଲି’

20/10/2020 at 12:52 PM

ଓ୍ବାଶିଂଟନ୍ ୨୦/୧୦: କୁହାଯାଏ କୌଣସି କାମ ପାଇଁ ମହିଳାଙ୍କୁ ଚାଲେଞ୍ଜ କରାଗଲେ କିଛି ବି କରିପାରନ୍ତି। ଏପରିକି ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିବା ଦିଗରେ ଉଦ୍ୟମ ଜାରି ରଖନ୍ତି। ଆମେରିକାର ଜଣେ ନଅ ମାସର ଗର୍ଭବତୀ ମହିଳା ଏଭଳି କିଛି କାରନାମା କରି ଦେଖାଇଛନ୍ତି। ସାଧାରଣତଃ ମହିଳାଙ୍କୁ ଗର୍ଭାବସ୍ଥା ସମୟରେ ବିଶ୍ରାମ ବା ଆରାମ କରିବାକୁ କୁହାଯାଏ । ମାତ୍ର ଆମେରିକାର ଜଣେ ମହିଳା ନଅ ମାସ ଗର୍ଭବତୀ ଥାଇ ମଧ୍ୟ ୧.୬ କିଲୋମିଟର ଦୌଡ଼ିଛନ୍ତି।

ତେବେ ଏ ପାଇଁ ସ୍ବାମୀଙ୍କ ସହ ତାଙ୍କର ଚାଲେଞ୍ଜ ଲାଗିଥିଲା। ସର୍ତ ଥିଲା ଯଦି ନଅ ମାସ ଗର୍ଭାବସ୍ଥାରେ ଆଠ ମିନିଟ୍ ପାଇଁ ଏକ ମାଇଲ ଦୌଡ଼ିବେ ତେବେ ତାଙ୍କୁ ସାତ ହଜାର ୩୦୦ ଟଙ୍କା ତାଙ୍କ ସ୍ବାମୀ ଦେବେ। ମହିଳା ଜଣକ ସ୍ବାମୀଙ୍କ ଏ ଚାଲେଞ୍ଜକୁ ସ୍ବୀକାର କରିଥିଲେ। ଏହା ସହ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି ।

ସମ୍ପୃକ୍ତ ମହିଳା ଜଣକ ୫ ମିନିଟ ୨୫ ସେକେଣ୍ଡରେ ଏହି ଦୌଡ଼ ପୂରା କରିଛନ୍ତି। ତେବେ ଏ ମହିଳା ୨୦୧୮ରେ ଏଡିନବର୍ଗ କ୍ରସ-କଣ୍ଟ୍ରି ଇଣ୍ଟରନାସନାଲ ଚାଲେଞ୍ଜରେ ଆମେରିକାକୁ ପ୍ରତିନିଧିତ୍ବ କରିଥିଲେ। ରନର୍ସ ଓ୍ବାଲ୍ର୍ଡ ଅନୁସାରେ ସାଧାରଣ ମହିଳା ଏହି ଦୌଡ଼ ଦଶ ମିନିଟ ୪୦ ସେକେଣ୍ଡରେ ପୂରା କରନ୍ତି।

   Related Posts