Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

ବିବାହ ପରେ ଶ୍ବଶୁର ଘରେ ପାଦ ଦେବା ପୂର୍ବରୁ ନବବଧୂ ପହଞ୍ଚିଲେ ପୋଲିଂ ବୁଥ୍‌ରେ, ସ୍ବାମୀଙ୍କ ସହ ଦେଲେ ଭୋଟ୍

18/04/2019 at 2:39 PM

ଶ୍ରୀନଗର ୧୮|୪: ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି ।  ଏବେ ବି ଅନେକ ଲୋକ ସଚେତନତା ଅଭାବରୁ ଭୋଟ୍ ଦେବାରୁ ବଞ୍ଚିତ ହେଉଛନ୍ତି। ମାତ୍ର ଜମ୍ମୁକାଶ୍ମୀରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

 ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ବୁଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ନବଦମ୍ପତ୍ତି ବିବାହ ବେଦୀରୁ ଉଠି ଆସି ଭୋଟ୍ ଦେବା ପାଇଁ ପୋଲିଂ ବୁଥ୍ ରେ ପହଞ୍ଚିଥିଲେ । ଏହା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ଭୋଟ୍ ଦେବାକୁ ଆସିଥିବା ଏହି ନବ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ସରିବା ପରେ ସେମାନେ ଘରକୁ ନ ଯାଇ ସିଧାସଳଖ ପୋଲିଂ ବୁଥକୁ ଆସିଥିଲେ। ସେଠାରେ ମତଦାନ କରିବା ପରେ ନିଜ ଘରକୁ ଯାଇଥିଲେ।

ମଧ୍ୟପ୍ରଦେଶ ବେତୁଲରେ ସତୀଶ ଏବଂ ଶର୍ମିଲାଙ୍କ ବିବାହ ୬ମେ ରେ ହେବାକୁ ଥିଲା । ମାତ୍ର ତାଙ୍କ ବିବାହ ତାରିଖ ୭କୁ ଘୁଞ୍ଚାଇ ଦିଆଯାଇଥିଲା କାରଣ ୬ତାରିଖରେ ତାଙ୍କ ଅଞ୍ଚଳରେ ମତଦାନ ରହିଛି । ସେମାନେ ନିଜର ମତ ସାବ୍ୟସ୍ତ କରିବା ପାଇଁ ଏଭଳି କରିଥିଲେ । ଯାହା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲା ।

ସେହିଭଳି ୧୧ ଅପ୍ରେଲରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ବେଳେ ଉତ୍ତରପ୍ରଦେଶର ବିଜନୋରରେ ଜଣେ ନବ ବିବାହିତ ଯୁବକ ବର ବେଶରେ ପୋଲିଂ ବୁଥ୍‌ରେ ପହଞ୍ଚି ମତଦାନ କରିଥିଲେ। ଏପରି କି ଯୁବକ ଜଣକ ସେଠାରେ ସୁରକ୍ଷାକର୍ମୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।

   Related Posts