Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଯମୁନାରେ ଭାସୁଥିଲା ତସଲାରେ ନବଜାତକ, ଶିଶୁଟିକୁ ଉଦ୍ଧାରକରିବା ପରେ ଡାକ୍ତରୀ ରିପୋର୍ଟ କଲା ବିସ୍ମିତ…

6/05/2021 at 7:59 PM

ମଥୁରା ୦୬/୦୫ : ଆଉ ଉତ୍ତର ପ୍ରଦେଶର ବୃନ୍ଦାବନ ଥାନା ଅଞ୍ଚଳ ଚାମୁଣ୍ଡା ଘାଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଣିରେ ଭାସୁଥିବା ଅବସ୍ଥାରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । କେହି ଜଣେ ଏକ ପାତ୍ରରେ ନିବଜାତ ଶିଶୁଟିକୁ ଭସାଇଦେଇଥିବା ବେଳେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ଉଦ୍ଧାର କରିଥିଲେ । ପରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ନବଜାତ ଶିଶୁଟିକୁ ଚାଇଲ୍ଡ କେୟାର ୟୁନିଟ୍‌ ସାହାଯ୍ୟରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଯେ, ନବଜାତ ଶିଶୁଟି ଟ୍ରାନ୍‌ସଜେଣ୍ଡର (ତୃତୀୟ ଲିଙ୍ଗି) ।

मथुरा में यमुना नदी में एक नवजात तस्ले में तैरता हुआ मिला तो हड़कंप मच गया.

ଜଣେ  ଜନ୍ମକଲା ମା’ ବି କେତେ ନିର୍ଦ୍ଦୟୀ ହୋଇପାରେ ତାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ବୃନ୍ଦାବନରେ । ଏକ ନବଜାତ ଶିଶୁ ଯମୁନା ନଦୀରେ ଭାସୁଥିବା ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଶିଶୁଟିକୁ ନଦୀରୁ ଉଦ୍ଧାର କରିଥିଲେ । ତୁରନ୍ତ ଶିଶୁଟିକୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା​‌ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ତେବେ ଶିଶୁଟି କାହାର ତାହା ବର୍ତ୍ତମାନ ସୁଦ୍ଧା ପୋଲିସ ଜାଣିପାରିନାହିଁ । ଚିକିତ୍ସା କରୁଥିବା ଡାକ୍ତର କେ. କେ. ମାଥୁର କହିଛନ୍ତି ଯେ, ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ତାକୁ ଆଉ କିଛି ଦିନ ହସ୍ପିଟାଲରେ ରଖାଯିବ । ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଶିଶୁଟିକୁ ଚାଇଲ୍ଡ କେୟାରକୁ ପଠାଯିବ । ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

   Related Posts