ରାସ୍ତା କଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

Published By : Prameya-News7 Bureau | May 22, 2020 IST

ପଦ୍ମପୁର୨୨/୫: ରାସ୍ତା କଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା।ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତା କଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁଶୁମ ଗଛ ମୂଳରେ ଶିଶୁଟି ଥିଲା। ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଆଜି ମଧ୍ୟାହ୍ନରେ ଶିଶୁଟିକୁ ଦେଖି ଗାଁକୁ ଆସି ଘର ଲୋକଙ୍କୁ କହିଥିଲେ। ପରେ ସେଠାକୁ ଯାଇ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ। ଶିଶୁ କନ୍ୟାର ପିଠିରେ କାଇ କାମୁଡ଼ି ଦେଇଥିଲେ । ଆଶାକର୍ମୀ ଆମ୍ବୁଲାନ୍ସରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପାଇକମାଲ ଡ଼ାକ୍ତରଖାନା ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.