କ୍ବାରେଣ୍ଟାଇନ୍ ସେଣ୍ଟରରେ ଶିଶୁପୁତ୍ର ଜନ୍ମ

Published By : Prameya-News7 Bureau | May 12, 2020 IST

କୋଦଳା୧୨/୫: କ୍ବାରେଣ୍ଟାଇନ୍‌ ସେଣ୍ଟରରେ ନବଜାତର ଶିଶୁ ପୁତ୍ରର ଜନ୍ମ ହୋଇଛି। ସାରା ରାଜ୍ୟ ଓ ଦେଶରେ କରୋନାକୁ ନେଇ ଲକଡାଉନ୍ ଜାରି ରହିଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ କ୍ୱାରେଣ୍ଟାଇନରେ ଜଣେ ମହିଳା ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ପ୍ରବାସୀ ଓଡିଆଙ୍କୁ ଫେରାଇ ଅଣାଯାଉଥିବା ବେଳେ ସୁରଟରୁ ପ୍ରବାସୀ ଶ୍ରମିକମାନଙ୍କୁ ଏବେ ଫେରାଇ ଆଣି ନିର୍ଦ୍ଧିଷ୍ଟ କ୍ବାରେଣ୍ଟାଇନରେ ରଖା ଯାଉଛି। ତେବେ ମର୍ଦ୍ଦକୋଟ ସ୍ଥିତ ହରିହର ମର୍ଦ୍ଦରାଜ ହାଇସ୍କୁଲରେ ତିଆରି ହୋଇଥିବା ସଂଘରୋଧ ଗୃହରେ ଜଣେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

ମହିଳାଙ୍କ ନାମ ସନ୍ତୋଶିନୀ ପ୍ରଧାନ ଏବଂ ତାଙ୍କ ଘର ମର୍ଦମେଖ ପଞ୍ଚାୟତର ବଡ଼ ଗୁଡିଆଳି ବୋଲି ଜଣାପଡିଛି। ସୁରଟରୁ ଫେରି ନିଜ ସ୍ବାମୀ ଓ ଦୁଇ ଝିଅଙ୍କ ସହ କ୍ବାରେଣ୍ଟାଇନରେ ଥିଲେ ସନ୍ତୋଷିନୀ। ତେବେ ସକାଳେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ଘରକୁ ଫୋନ୍ କରି ମାଆଙ୍କୁ ଜଣାଇଥିଲେ। ସନ୍ତୋଷିନୀଙ୍କ ମା ପୂର୍ବରୁ ପହଞ୍ଚି କ୍ବାରେଣ୍ଟାଇନ ଗୃହ ବାହାରେ ବୁଲାବୁଲି କରୁଥିବା ସମୟରେ ଯନ୍ତ୍ରଣା ଅଧିକ ହେବାରୁ ସହାୟତା ପାଇଁ ଭିତରକୁ ଯାଇଥିଲେ।

ମହିଳା ଜଣକ ସ୍ବାଭାବିକ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମର୍ଦକୋଟ ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ, ନୋଡ଼ାଲ ଅଧିକାରୀ ଦିଲ୍ଲୀପ କୁମାର ବେହେରା, ବେଗୁନିଆପଡ଼ା ମେଡିକାଲ୍ ଡାକ୍ତର ସଞ୍ଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମଲ୍ଲ, କ୍ବାରେଣ୍ଟାଇନ ଚାର୍ଜର ପ୍ରକାଶ ଚନ୍ଦ୍ର ସେଠୀ, ଇନ୍ ଚାର୍ଜର ଅନୀତା କୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଭୟ ନବଜାତ ଶିଶୁ ପୁତ୍ର ଓ ମା ର ସହାୟତା କରିଥିଲେ। ପ୍ରସବ ସ୍ବାଭାବିକ ଥିଲେ ମଧ୍ୟ ନବଜାତ ଶିଶୁର ସୁରକ୍ଷା ପାଇଁ ମା ଓ ଶିଶୁକୁ ବ୍ରହ୍ମପୁର ବଡମେଡିକାଲକୁ ପଠା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.