Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ପ୍ରତିଶୋଧ ନେବାର ନୂଆ ତରିକା: କକାଙ୍କ ପରିବାରକୁ ପିଆଉଥିଲେ ମଳମୂତ୍ର ମିଶ୍ରିତ ପାଣି, ପୁତୁରାମାନେ କରିଥିଲେ ଏମିତି ଷଡ଼ଯନ୍ତ୍ର

5/11/2020 at 9:46 PM

ଝାରସୁଗୁଡା୫/୧୧: ଏ କି ପ୍ରକାର ଶତ୍ରୁତା । ଶତ୍ରୁତା ଯୋଗୁଁ କରିଥିଲେ ଏପରି ହୀନ ଆଚରଣ କରିଥିଲେ ।  ଶତ୍ରୁତା ବି କିଭଳି। ଶତ୍ରୁତା ଆଚରଣ କରି କକା ଓ ପରିବାରକୁ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମଳମୂତ୍ର ମିଶ୍ରିତ ପାଣି ପିଆଉଥିଲେ ।

ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ଲଖନପୁର ବ୍ଲକ ଧୁଲୁଣ୍ଡା ଗାଁ ରେ ରହୁଥିବା ଥଣ୍ଡାରାମ ବେହେରା ଙ୍କ ପରିବାର ର ତାଙ୍କ ପୁତୁରା ମାନଙ୍କ ପରିବାର ସହ ଜମିବାଡ଼ି ଓ ଅନ୍ୟାନ୍ୟ ପାରିବାରିକ ବିବାଦ ଯୋଗୁଁ ପୁତୁରା ମାନେ ଥଣ୍ଡାରାମ ଙ୍କ ଘରେ ରହିଥିବା ଏକ ଗଭୀର ନଳକୂପରେ ୫ଫୁଟ ତଳୁ ଖୋଳି ନିଜ ଘର ପାଇଖାନାରୁ ନିର୍ଗତ ମଳମୂତ୍ର ମିଶା ପାଣିକୁ ଛାଡିଥିଲେ । ପ୍ରାୟ ୫ ବର୍ଷ ତଳେ ସେହି ନଳକୂପରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରିବାରୁ ଥଣ୍ଡାରାମ ଙ୍କ ପରିବାର ପାଣି ବ୍ୟବହାର ବନ୍ଦ କରିଥିଲେ।

କିଛି ଦିନ ପରେ ପୁଣି ସେମାନେ ପାଣିକୁ ବ୍ୟବହାର ଆରମ୍ଭ କରିଥିଲେ।କିନ୍ତୁ ଗତସପ୍ତାହ ରେ ନଳକୂପରୁ ବାହାରୁଥିବା ପାଣି ଅଧିକ ଦୁର୍ଗନ୍ଧ ହେବାରୁ ପରିବାର ପକ୍ଷରୁ କଣ୍ଢେଇକେଲା ଫାଣ୍ଡିରେ ଦ୍ୱାରସ୍ଥ ହୋଇଥିଲେ। କଣ୍ଢେଇକେଲା ପୋଲିସ  ଘଟଣା ର ତଦନ୍ତ କରିବା ସମୟରେ ନାଳକୂପକୁ ଖୋଳିବା ପରେ ନାଳକୂପର କେସିଙ୍ଗ ପାଇପ କାଟି ପାଇଖାନା ପାଇପକୁ ଯୋଡ଼ା ଯାଇଥିବା ଜଣା ପଡିଥିଲା । ପୋଲିସ ଏହି ଘଟଣାରେ ଦୁଇ ପୁତୁରା ଗୁରୁଦେବ ବେହେରା ଓ ସ୍ବପ୍ନେଶ୍ୱର ବେହେରାଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଙ୍ଗାଲୀ ଥାନା ଆଇଆଇସି ସାରଂଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

   Related Posts