ଦେଶରେ ଠାବ ହେଲା କରୋନାର ନୂତନ ଭ୍ୟାରିଏଣ୍ଟ: ୧୫ ଗୁଣ ଅଧିକ ସଂକ୍ରାମକ, କବଳରେ ଯୁବ ବର୍ଗ, ବାଦ୍‌ ପଡୁ ନାହାନ୍ତି ଅଧିକ ଇମ୍ୟୁନି ଥିବା ଲୋକେ

Published By : Prameya-News7 Bureau | May 04, 2021 IST

ହାଇଦ୍ରାବାଦ ୦୪।୦୫: କରୋନାର ଦ୍ଵିତୀୟ ଲହରରେ ଦେଶର ସ୍ଥିତି ବେହାଲ। ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଅନ୍ୟପଟେ ଦେଶରେ ଆଉ ଏକ ନୂତନ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହାର ନାମ ଏମି ଷ୍ଟ୍ରେନ୍। ନୂତନ ଷ୍ଟ୍ରେନ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଛି। ବୈଜ୍ଞାନିକଙ୍କ ଭାଷାରେ ଏହାର ନାମ ଏନ୪୪୦କେ ଭ୍ୟାରିଏଣ୍ଟ। ସେଣ୍ଟର ଫର ସେଲୁଲର ଆଣ୍ଡ ମଲିକ୍ୟୁଲର ବାୟୋଲୋଜି(ସିସିଏମବି)ର ବୈଜ୍ଞାନିକ ଏହି ନୂତନ ଷ୍ଟ୍ରେନ୍‌ର ସନ୍ଧାନ କରିଛନ୍ତି। ଏହି ଭ୍ୟାରିଏଣ୍ଟ ୧୫ ଗୁଣ ଅଧିକ ସଂକ୍ରାମକ ରହିଛି। ଫଳସ୍ଵରୂପ ୩ ରୁ ୪ ଦିନ ମଧ୍ୟରେ ଲୋକେ ଅସୁସ୍ଥ ହୋଇ ପଡୁଛନ୍ତି।

ଏପ ଷ୍ଟ୍ରେନକୁ ସର୍ବ ପ୍ରଥମେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣଲରେ ଠାବ  କରାଯାଇଛି। ଏହି ଭ୍ୟାରିଏଣ୍ଟ ବି୧.୬୧୭ ଓ ବି୧.୬୧୮ ଭ୍ୟାରିଏଣ୍ଟଠୁ ଅଧିକ ଶକ୍ତିଶାଳୀ। ବିଶାଖାପାଟଣାର  ଜିଲ୍ଲାପାଳ ଭି ବିନୟ ଚନ୍ଦ ସିସିଏମବିରେ ବର୍ତ୍ତମାନ ଅନେକ ଭ୍ୟାରିଏଣ୍ଟର ଯାଞ୍ଚ ଚାଲିଥିବା କହିଛନ୍ତି। କେଉଁ ଭ୍ୟାରିଏଣ୍ଟ କେତେ ବିପଦଜ୍ଜନକ ଏହା ବୈଜ୍ଞାନିକଙ୍କ ଗବେଷଣା ପରେ ଜଣା ପଡିବ। ମାତ୍ର ଏହା ସତ୍ୟ ଯେ, ନୂତନ ଷ୍ଟ୍ରେନ ଠାବ ହୋଇଛି। ଏହାର ନମୂନା ପ୍ରୟୋଗାଶାଳା ପଠାଯାଇଛି।

{"id":448217,"width":834,"height":468,"sizeSlug":"large","linkDestination":"none"}

କରୋନା ଭାଇରସ୍‌ର ନୂତନ ଏପି ଷ୍ଟ୍ରେନ  ଖୁବ୍ ଶୀଘ୍ର ବିକଶିତ ହେଉଛି। ଏହା ଏତେ ବିପଦଜ୍ଜନକ ଯେ, ଅଳ୍ପ ସମୟରେ ଲୋକଙ୍କୁ ସଂକ୍ରମିତ କରିବା ସହ ଦ୍ରୁତ ବେଗରେ ବ୍ୟାପୁଛି। ଏହି ଷ୍ଟ୍ରେନରେ ସଂକ୍ରମିତ ଲୋକ ୩ ରୁ ୪ ଦିନରେ ଗୁରୁତର ହୋଇ ପଡୁଛନ୍ତି।

ଗୋଟିଏ ପଟେ କରୋନାର ଦ୍ଵିତୀୟ ଲହର ନଥମୁଣୁ ଅନ୍ୟପଟେ ଏପି  ଷ୍ଟ୍ରେନ ଅର୍ଥାତ ଏନ୪୪୦କେ ଭ୍ୟାରିଏଣ୍ଟକୁ ନେଇ ବୈଜ୍ଞାନିକ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ଏହା ବିଷୟରେ ବର୍ତ୍ତମାନ ଅଧିକ ସୂଚନା ଜାଣିବା ମୁସ୍କିଲ। ଏହି ଭାଇରସ୍‌ ଦ୍ରୁତ ବେଗରେ ଯୁବ ବର୍ଗଙ୍କୁ ମଧ୍ୟ ସଂକ୍ରମିତ କରୁଛି। ଯେଉଁମାନେ ଫିଟନେସ୍‌ ପ୍ରତି ସଜାଗ ଏବଂ ନିତିଦିନ ବ୍ୟାୟାମ କରୁଛନ୍ତି , ସେମାନେ ମଧ୍ୟ ଏହି ନୂତନ ଭ୍ୟାରିଏଣ୍ଟରୁ ବାଦ୍‌ ପଡି ନାହାନ୍ତି। ଏପରିକି  ଯେଉଁମାନଙ୍କ ରୋଗପ୍ରତିରୋଧ କ୍ଷମତା ଅଧିକ ରହିଛି ସେମାନଙ୍କୁ ମଧ୍ୟ ଏହି ଭ୍ୟାରିଏଣ୍ଟ ସଂକ୍ରମିତ କରୁଛି।

{"id":448218,"width":832,"height":467,"sizeSlug":"large","linkDestination":"none"}

ଦକ୍ଷିଣ ଭାରତରେ ସଂପ୍ରତି ପାଞ୍ଚ ମୁଖ୍ୟ କରୋନା ଭ୍ୟାରିଏଣ୍ଟ ବ୍ୟାପିବାରେ ଲାଗିଛି। ଏଥିରେ B.1, B.1.1.7, B.1.351, B.1.617 ଓ B.1.36* (N440K)। ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାରେ ସଂପ୍ରତି ଏପି ଷ୍ଟ୍ରେନ ଭ୍ୟାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ତେବେ ମହାରାଷ୍ଟ୍ର କଥା ଦେଖିଲେ ସେଠାରେ ବର୍ତ୍ତମାନ ସମୟରେ B.1.617 ଭ୍ୟାରିଏଣ୍ଟ ଅଧିକ ସକ୍ରିୟ ରହିଛି। ତେବେ ସେଠାରେ ମଧ୍ୟ ଏପି ଷ୍ଟ୍ରେନ୍ ପହଞ୍ଚି ସାରିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ୬ଟି ଷ୍ଟ୍ରେନ୍‌ଲୋକ ଆକ୍ରାନ୍ତ ହେଉଛନ୍ତି। ସେଗୁଡ଼ିକ ହେଲା- B.1, B.1.1.7, B.1.351, B.1.36*(N440K), B.1.617 ଓ B.1.618 ଭ୍ୟାରିଏଣ୍ଟ।

{"id":448219,"width":835,"height":469,"sizeSlug":"large","linkDestination":"none"}

ଏପି ଷ୍ଟ୍ରେନ୍ ବା N440K କରୋନାରେ ଏକ ନୂଆ ମ୍ୟୁଟାଣ୍ଟ। ଏହାର ଲିନିଏଜ୍ ଏତେ ଶକ୍ତିଶାଳି ନଥିଲେ ବି ଦକ୍ଷିଣ ଭାରତ ପାଇଁ ଏହା ଚିନ୍ତାରକାଣ ପାଲଟିଛି। ଏହାର ଦ୍ରୁତ ସଂକ୍ରାମକ ଗୁଣ ଯୋଗୁ ଗତ ୭ ଦିନରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ସୂଚନା ଥାଉକି ବର୍ତ୍ତମାନ ସାରା ଦେଶରେ B.1.1.7 ଷ୍ଟ୍ରେନ୍‌ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି।  ଏହାପରେ B.1.617 ଭ୍ୟାରିଏଣ୍ଟରେ ଅଧିକ ସଂକ୍ରମିତ ହେଉଥିବା ବେଳେ ତୃତୀୟ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି B.1.351 ଷ୍ଟ୍ରେନ୍‌ରେ। ତେବେ ଏପି ଷ୍ଟ୍ରେନ୍‌ ମାତ୍ର ୩ରୁ ୪ ଦିନ ଭିତରେ ରୋଗୀଙ୍କୁ ଗୁରୁତର କରିଦେଉଥିବାରୁ ଏହା ବୈଜ୍ଞାନିକଙ୍କ ଚିନ୍ତାର କାରଣ ପାଲିଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.