ନିଟ୍‌ ପରୀକ୍ଷା ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି କାରଣ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: ନ୍ୟାସନାଲ୍‌ ଏଲିଜିବିଲିଟି କମ୍ ଏଣ୍ଟ୍ରାସ୍‌ ଟେଷ୍ଟ(ଏନ୍ଇଇଟି) ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାମିଲନାଡ଼ୁର ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି । ଖରାପ ପ୍ରଦର୍ଶନ ଭୟରେ ୧୯ ବର୍ଷୀୟା ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

wp:core-embed/twitter {"url":"https://twitter.com/ANI/status/1304770949699469313","type":"rich","providerNameSlug":"twitter","className":""}
https://twitter.com/ANI/status/1304770949699469313
/wp:core-embed/twitter

ମୃତକଙ୍କ ନାଁ ଜ୍ୟୋତିଶ୍ରୀ ଦୁର୍ଗା ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ମୃତଦେହ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ଯେଉଁଥରେ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିବାର ଭୟ ଥିଲା ବୋଲି ଉଲ୍ଲେଖ ରହିଛି। ଏହାସହ ‘ପରୀକ୍ଷା ପାଇଁ ଭଲଭାବେ ପ୍ରସ୍ତୁତି କରିଛି କିନ୍ତୁ ଡର ଅଛି ଯଦି ସିଟ୍‌ ନମିଳିଲା ତେବେ ମୁଁ ସମସ୍ତଙ୍କୁ ନିରାଶ କରିବି।’ ତେବେ ଏହି ଘଟଣାର କିଛି ଦିନ ପୂର୍ବରୁ ରାଜ୍ୟର ଅରିୟାଲୁରରେ ଅନ୍ୟ ଜଣେ ପରୀକ୍ଷାର୍ଥୀ ଆତ୍ମହତ୍ୟ କରିଥିବା ଜଣାପଡ଼ିଥିଲା।

ଏହି ଘଟଣାର​‌ରେ ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍‌ ଶୋକ ପ୍ରକାଶ କରିଛନ୍ତି। କିନ୍ତୁ ସେପଟେ ନିଟ୍‌ ପରୀକ୍ଷା ସପକ୍ଷରେ ନଥିବା ବିରୋଧୀ ଦଳ ଶାସକ ଦଳ ଉପରେ ବର୍ଷିଛନ୍ତି । ବିରୋଧୀ ଦଳ ନେତା ଟ୍ବିଟ୍‌ କରି ଲେଖିଛନ୍ତି ‘ନିଟ୍‌ ଏକ ପରୀକ୍ଷା ନୁହେଁ’। ଅନୀତାଙ୍କ ପାଖରୁ ଜୋତିଶ୍ରୀଙ୍କ ଆତ୍ମହତ୍ୟାରୁ ଏହା ଜଣାପଡ଼ୁଛି ଛାତ୍ରଛାତ୍ରୀଙ୍କ ଉପରେ ନିଟ୍‌ ଗମ୍ଭୀର ପ୍ରଭାବ ପକାଉଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.