Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଣେ ମୁସଲିମ୍‌ ଯୁବକ ବିବାହ ନିମନ୍ତ୍ରଣ କାର୍ଡରେ ଏମିତି ଲେଖିଥିବାରୁ ଗିରଫ କଲା ପୋଲିସ

ଜଣେ ମୁସଲିମ୍‌ ଯୁବକ ବିବାହ କାର୍ଡରେ ଏମିତି କିଛି ଶବ୍ଦ ଲେଖିବା ମହଙ୍ଗା ପଡିଥିଲା। ଯୁବକଙ୍କ ନାଁ ଫିରୋଜ। ଏହି କାର୍ଡ ଭାଇରାଲ ହେବା ପରେ ପୋଲିସ ପାଖକୁ ମଧ୍ୟ ଖବର ପହଞ୍ଚିଥିଲା। ଏହା ପରେ ପୋଲିସ ଫିରୋଜକୁ ଗିରଫ କରିଥିଲା। ଏହାକୁ ନିର୍ବାଟନ ଆଚରଣ ବିଧିର ଉଲ୍ଲଙ୍ଘନ ମାମଲା ଦର୍ଶାଇ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ କରିବ ବୋଲି କହିଛି।
ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାହାନାରେ ଭୋଟରଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ କରୁଥିଲା ଫିରୋଜ। ଏହି ମାମଲା ବିଷୟରେ ଚର୍ଚ୍ଚା ହେବା ପରେ ନିର୍ବାଚନ ଅଧିକାରୀ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଅସଲି ଘଟଣା ସାମ୍ନାକୁ ଆସିବା ପରେ ଫିରୋଜକୁ ଆଚରଣ ବିଧିର ଉଲଙ୍ଘନ କରିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ।
ଫିରୋଜ ଜଣେ ଅବସର ପ୍ରାପ୍ତ ପୋଷ୍ଟମାଷ୍ଟରଙ୍କ ପୁଅ। ଏସଡିଏମ୍‌ ଓ ସହଯୋଗୀ ନିର୍ବାଚନ ଅଧିକାରୀ ବିଶାଲ ତାନପୁରେଙ୍କ ନିର୍ଦ୍ଦେଶ ଅନୁସାରେ, ପୋଲିସ ଅଧିକାରୀ ସାନ ମହମ୍ମଦ ଶେଖ ଫିରୋଜ ବିରୋଧରେ ମାମଲା ରୁଜୁ କରିଥିଲା। ଫିରୋଜ ଗିରଫ ହୋଇଥିଲା ସତ କିନ୍ତୁ ପର ମୂହୁର୍ତ୍ତରେ ଅଦାଲତ ତାକୁ ଜାମିନରେ ଛାଡିଥିଲା। ବିବାହ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ମଧ୍ୟ ସମର୍ଥକ ଦ୍ବାରା ପୋଷ୍ଟ କରାଯାଇଥିଲା। ଯାହା ବିଷୟରେ ପୋଲିସ ପରେ ଜାଣିବାକୁ ପାଇଥିଲା।  

 

259 Views

   ସମ୍ବନ୍ଧିତ ଖବର