ବିବାହ କରିବାକୁ ମନାକରିବାରୁ ପ୍ରେମିକାର ତଣ୍ଟି ଚିପି ହତ୍ୟା, ସାଇକେଲ କ୍ୟାରିଅଲରେ ବୋହିନେଇ ଫୋପାଡ଼ିଦେଲା କେନାଲରେ

Published By : Prameya-News7 Bureau | January 07, 2019 IST

ପ୍ରୟାଗରାଜ ୭/୧- ବିବାହ କରିବାକୁ ମନାକରିବାରୁ ପ୍ରେମିକାର ତଣ୍ଟଚିପି ହତ୍ୟାକଲା ପ୍ରେମିକ । ସାଇକେଲରେ ବୋହିନେଇ ୨୦ କି.ମି. ଦୂରରେ ଥିବା କେନାଲରେ ଫୋପାଡ଼ିଦେଲା ଶବକୁ । ଏହିଭଳି ଅଭାବନୀୟ ଘଟଣା ଘଟିଛି ପୟାଗରାଜରେ ।

{"id":71467,"width":587,"height":366}

ଏସପି ଗଂଗାଧର ନରେନ୍ଦ୍ର ପ୍ରତାପ ସିଂ କହିବା ଅନୁସାରେ  ମୃତ୍ୟୁ ହୋଇଥିବା ରାଧା  ଭଦୋହି ଜିଲ୍ଲା ସୁରିୟଂବା ଅଂଚଳରେ ରହୁଥିଲା । ରାଧାର ବାପା ମୁମ୍ବାଇର ଏକ କଂପାନୀରେ କାମ କରୁଥିଲା । ସେଥିପାଇଁ ଗାଁରେ ନିଜ ଛୋଟ ଭଉଣୀସହ ଦାଦାଙ୍କ ଘରେ ରହୁଥିଲା ରାଧା। ଛୋଟବେଳୁ ନିଜ ମାଉସୀପୁଅ ସହ ତାର ପ୍ରେମ ସଂପର୍କ ଥିଲା । ବିବାହ କଥା ବି ସ୍ଥିର ହୋଇସାରିଥିଲା । କିନ୍ତୁ ପରେ ରାଧା ବିବାହ କରିବାକୁ ସୁରଜକୁ ମନା କରିବା ପରେ ଏହି ଘଟଣା ଘଟିଛି ବୋଲି ଅନୁସନ୍ଧାନରୁ ପୋଲିସ ଜାଣିପାରିଛି ।

ରାଧାର ବିବାହ ଅନ୍ୟସ୍ଥାନରେ ସ୍ଥିର ହେବା ପରେ ରାଧା ସୁରଜ ସହ କଥାବାର୍ତ୍ତା କମ କରିବା ସହ ମିଶାମିଶି ବନ୍ଦ କରିଦେଇଥିଲା । ସୁରଜ ଏତେ ପ୍ରେମ ପାଗଳ ଥିଲା ରାଧାକୁ ଦେଖା କରିବାକୁ ସାଇକେଲରେ ପ୍ରତ୍ୟେକଦିନ ୨୦ କି.ମି. ପର୍ଯ୍ୟନ୍ତ ଯାଉଥିଲା । ଘଟଣାଦିନ ରାଧାକୁ ଶେଷଥର ପାଇଁ ଦେଖା କରିବାକୁ ଡ଼ାକିଥିଲା । ବାହାରକୁ ବୁଲିଯିବା ପାଇଁ ମଧ୍ୟ କହିଥିଲା । କିନ୍ତୁ ସୁରଜ ଆସିବାପରେ ରାଧା ସହ ଝଗଡ଼ା ହୋଇଥିଲା । ଫଳରେ ସୁରଜ ତଣ୍ଟିଚିପି ହତ୍ୟା କରିଥିଲା ରାଧାକୁ । ତାପରେ ସେ ଶବକୁ ବସ୍ତାରେ ପୁରାଇ ସାଇକେଲ କ୍ୟାରିୟରରେ ନେଇଆସିଥିଲା । ସେହି ଶବକୁ ନେଇ ୩୦ କି.ମି. ଦୂରରେ ଥିବା ଗୋଟେ କେନାଲରେ ଫୋପାଡ଼ି ଦେଇଥିଲା ।

ପୋଲିସ ଗିରଫ କରିବା ପରେ ଏହି ବୟାନ ରେକର୍ଡ଼କରି ସୁରଜକୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.