Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲା ଗୋଟିଏ ପରିବାର

28/12/2020 at 3:39 PM

ରାଉରକେଲା୨୮/୧୨:  ଚଳନ୍ତା କାରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲା ଗୋଟିଏ ପରିବାର। ରାଉରକେଲା ପାନପୋଷ ବ୍ରାମଣି ବ୍ରିଜ ଦାଣ୍ଡିଆ ପଲି ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ସମ୍ବଲପୁରରୁ ରାଉରକେଲା ସେକ୍ଟର ୨୦ ଅଭିମୁଖେ ଯାଉଥିବା ଟାଟା ଇଣ୍ଡିକୋ କାରରେ ନିଆଁ ଲାଗିଥିଲା। କାରରେ ବସିଥିବା ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ନିଜ ସଂପର୍କୀୟଙ୍କ ଘରକୁ ଯିବା ବେଳେ ଏଭଳି ଅଘଟଣ ଘଟିଥିଲା।

ପ୍ରଥମେ କାର ଇଞ୍ଜିନରୁ ଧୂଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଦେଖି ପାଟି କରିଥିଲେ। ଏହା ଶୁଣି କାର ଡ୍ରାଇଭର ଗାଡି ରଖି ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ କାରଟି ହୁତୁହୁତୁ ହୋଇ ଜଳିଗଲା। ଜୀବନ ବିକଳେ କାର ଭିତରୁ ୨ ଜଣ ପୁରୁଷ ୨ ଜଣ ମହିଳାଙ୍କ ସହ ୧୩ ବର୍ଷର ଝିଅ ଏବଂ ୮ ବର୍ଷର ପୁଅ କାରରୁ ବାହାରି ଯାଇଥିଲେ। ଅଗ୍ନିଶମ ବିଭାଗ ସହ ବ୍ରାମଣୀ ତରଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କାରରେ ଲାଗି ଥିବା ନିଆଁକୁ ଆୟତ୍ତ କରିଥିଲେ। ସେତେ ବେଳକୁ କାରଟି ପୋଡି ପାଉଁଶ ହୋଇଯାଇଥିଲା ।

   Related Posts